scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଣିପୁର ହିଂସା ମଧ୍ୟରେ ସରକାରଙ୍କ ପଦକ୍ଷେପ, ଭାରତ ଆସୁଥିବା ଶରଣାର୍ଥୀଙ୍କୁ ଦେବାକୁ ହେବ ବାୟୋମେଟ୍ରିକ୍‌

27/07/2023 at 11:07 PM

Manipur

ନୂଆଦିଲ୍ଲୀ, ୨୭/୦୭: ମଣିପୁରରେ ଜାରି ରହିଛି ହିଂସା। ଜନଜାତି ସମୁଦାୟକୁ ସଂରକ୍ଷଣ ନେଇ ଉଠିଥିବା ଝଡ଼ ଅସ୍ତବ୍ୟସ୍ତ କରିଦେଇଛି ସମଗ୍ର ମଣିପୁରକୁ। ହିଂସାକୁ ରୋକିବାକୁ ସରକାରଙ୍କ ତରଫରୁ ଅନେକ ପଦକ୍ଷେପ ମଧ୍ୟ ନିଆଯାଇଛି। ହେଲେ ଏବେବି ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର।

ଏହି ନିଷ୍ପତ୍ତି ଅନୁଯାୟୀ ମିଆଁମାରରୁ ଭାରତ ଆସୁଥିବା ପ୍ରବାସୀଙ୍କ ବାୟୋମେଟ୍ରିକ୍‌ ସଂଗ୍ରହ କରାଯିବ । ଏହାଦ୍ବାରା ମିଆଁମାରରୁ ଭାରତ ଆସିଥିବା ପ୍ରବାସୀଙ୍କୁ ଚିହ୍ନଟ କରିବାରେ ସହଜ ହେବ ଯେମିତି ପରବର୍ତ୍ତୀ ସମୟରେ ସେମାନଙ୍କୁ ଭାରତର ନାଗରିକତା ନମିଳିବ। ଆହୁରି ମଧ୍ୟ ଇଣ୍ଡୋ- ମିଆଁମାର ସୀମାରେ ସୁରକ୍ଷା ବାଡ଼ ତିଆରି କରିବା ପାଇଁ ମଧ୍ୟ ପ୍ରକଳ୍ପ ଜାରି ରହିଛି। ଏମିତିକି ମଣିପୁର-ମିଜୋରାମ ବର୍ଡରରେ ୧୦ କିମିର ସୁରକ୍ଷା ବାଡ଼ ତିଆରି ସରିଛି। ଏବଂ ଯଥାଶୀଘ୍ର ଏହି ସୁରକ୍ଷା ବାଡ଼ ତିଆରି ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମଣିପୁର ଭାଇରାଲ ଭିଡିଓ ମାମଲା; ତଦନ୍ତ କରିବ ସିବିଆଇ, ଭିଡିଓ ରେକର୍ଡ ହୋଇଥିବା ମୋବାଇଲ ଜବତ

‘‘ମିଆଁମାରୁ ଆସି ମଣିପୁରରେ ଜଙ୍ଗଲ ଜମି ଅକ୍ତିଆର କରିଛନ୍ତି କୁକୀ’’: ମୈତେଇ ସମୁଦାୟ

ଏହି ନିଷ୍ପତ୍ତି ମଣିପୁରରେ ମୈତେଇ ଏବଂ କୁକି ସମୁଦାୟଙ୍କ ମଧ୍ୟରେ ଜାରି ରହିଥିବା ହିଂସା ପରେ ଆସିଛି। ମୈତେଇ ସମୁଦାୟ ଅଭିଯୋଗ କରିଆସୁଛନ୍ତି ଯେ, ‘‘କୁକୀମା​‌ନେ ଅବୈଧ ଭାବରେ ମିଆଁମାରୁ ଆସି ମଣିପୁରରେ ଜଙ୍ଗଲ ଜମି ଅକ୍ତିଆର କରିଛନ୍ତି।’’ ଏହା ବିରୋଧରେ ଅନେକ ସଂସ୍ଥା ମାର୍ଚ୍ଚ ମାସରେ ଦିଲ୍ଲୀ ଜନ୍ତର ମନ୍ତର ଠାରେ ବିକ୍ଷୋଭ ମଧ୍ୟ କରିଥିଲେ ଏବଂ ଏନଆରସି ଲାଗୁ କରିବାକୁ ଦାବି କରିଥିଲେ। ଅନ୍ୟ ପକ୍ଷ​‌ରେ କୁକୀମାନେ ଦାବି କରିଛନ୍ତି ଯେ, ଅବୈଧ ପ୍ରବାସୀ ପ୍ରସଙ୍ଗ କେବଳ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି, ସେମାନଙ୍କ ପାଖରେ ନାଗରିକତା ପ୍ରମାଣ କରିବାକୁ ପ୍ରମାଣପତ୍ର ମଧ୍ୟ ରହିଛି।

ଏହା ପୂର୍ବରୁ କିଛି ଦିନ ତଳେ, ଜୁଲାଇରେ ପ୍ରାୟ ୭୦୦ ଅବୈଧ ପ୍ରବାସୀ ମିଆଁମାରରୁ ମଣିପୁରରେ ପ୍ରବେଶ କରିଥି​ବା ନେଇ କହିଥିଲେ ମଣିପୁର ସରକାର। ମୁଖ୍ୟମନ୍ତ୍ରୀ ବିରେନ ସିଂହ କହିଥିଲେ ‘ନୂଆ ପ୍ରବାସୀଙ୍କ ଅନୁପ୍ରବେଶ ମାମଲାକୁ ସମ୍ବେଦନଶୀଳ ଭାବରେ ନିଆଯିବ।’

ରାଜ୍ୟରେ ନିୟୋଜିତ ହୋଇଛନ୍ତି ୩୫ ହଜାର ସୁରକ୍ଷାକର୍ମୀ:

ତେବେ ବର୍ତ୍ତମାନ କୁକୀ ଏବଂ ମୈତେଇ ସମୁଦାୟ ସହ ଅନେକ ରାଉଣ୍ଡ୍‌ ଆଲୋଚନା ହୋଇଛି। ରାଜ୍ୟରେ ହିଂସା ରୋକିବା ଏବଂ ଶାନ୍ତି ବ୍ୟବସ୍ଥା ବଜାୟ ରଖିବା ପାଇଁ ସେନା ଏବଂ ସିଆରପିଏଫର ୩୫ ହଜାର ଜବାନ ନିୟୋଜିତ କରାଯାଇଛି। ଏହାସହ ସୁରକ୍ଷାକର୍ମୀ ମୈତେଇ ବହୁଳ ଘାଟି ଅଞ୍ଚଳର ଏବଂ କୁକୀ ବହୁଳ ପାହାଡ଼ି ଅଞ୍ଚଳରେ ଏକ ବଫର ଜୋନ୍ ମଧ୍ୟ ପ୍ରସ୍ତୁତ କରାଯାଇଛି।

ଆହୁରି ପଢ଼ନ୍ତୁ:ସଂସଦରେ ଥମୁନି ମଣିପୁର ଝଡ଼; କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ

ମେ ୩ରୁ ଜାରି ରହିଛି ହିଂସା:

ସୂଚନାଥାଉକି, ମଣିପୁରରେ ଅନୁସୂଚିତ ଜନଜାତି ମାନ୍ୟତା ଦେବାକୁ ମୈତେଇ ସମୁଦାୟର ଦାବି ବିରୋଧରେ ମେ ୩ରେ ଆୟୋଜିତ ହୋଇଥିଲା ‘ଆଦିବାସୀ ଏକଜୁଟ ରାଲି’। ହେଲେ ରାଲି ସମୟରେ ହିଂସା ସୃଷ୍ଟି ହୋଇଥିଲା। ଯାହା ପୂରା ମଣିପୁରକୁ ଗ୍ରସିତ କରିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ତଥା ଅନେକ ଆହତ ହୋଇଛି। ରାଜ୍ୟରେ ମୈତେଇ ସମୁଦାୟ ସଂଖ୍ୟା ପ୍ରାୟ ୫୩ ପ୍ରତିଶତ ରହିଛି । ସେହିଭଳି ନାଗା ଏବଂ କୁକୀ ଭଳି ଆଦିବାସୀ ସମୁଦାୟଙ୍କ ସଂଖ୍ୟା ୪୦ ପ୍ରତିଶତ ରହିଛି।

   Related Posts