ଏବେ ଆଉ ସ୍କୁଲରେ ପଢାଯିବନି ଆରଏସ୍ଏସ୍ ସଂସ୍ଥାପକଙ୍କ ଜୀବନୀ, ସରକାର ନେଇ ପାରନ୍ତି ଏପରି ନିଷ୍ପତ୍ତି
7/06/2023 at 9:05 PM

ବେଙ୍ଗାଲୁରୁ ୭।୬: କର୍ଣ୍ଣାଟକରେ କଂଗ୍ରେସ ନେତୃତ୍ୱାଧୀନ ସରକାର ବିଦ୍ୟାଳୟ ପାଠ୍ୟକ୍ରମରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍) ସଂସ୍ଥାପକ କେଶବ ବଳିରାମ ହେଡଗେବାରଙ୍କ ଜୀବନୀ ହଟାଇବାକୁ ବିଚାର କରୁଛନ୍ତି। ଏଥିରେ ଆରଏସ୍ଏସ୍ ସଂସ୍ଥାପକଙ୍କ ସମେତ ଦକ୍ଷିଣ ପନ୍ଥୀ ଚକ୍ରବର୍ତ୍ତି ସୁଲିବେଲେ ଓ ବିଦ୍ୱାନ ବନ୍ନାନଜେ ଗୋବିନ୍ଦାଚାର୍ଯ୍ୟ ସମ୍ପର୍କିତ ପାଠ୍ୟ ସାମଗ୍ରୀ ହଟାଯାଇପାରେ ବୋଲି ଜଣାପଡିଛି। ଏହା ଛଡା ଶିକ୍ଷକମାନଙ୍କୁ ରାଜ୍ୟ ସରକାର ବିଜେପି ସରକାର କାଳରେ ସିଲାବସରେ ସାମିଲ ଅନ୍ୟ ସାମଗ୍ରୀଗୁଡିକୁ ନ ପଢାଇବାକୁ ମଧ୍ୟ ପରିପତ୍ର ଜାରି କରିପାରନ୍ତି ବୋଲି ଜଣାପଡିଛି।
ଦିଲ୍ଲୀରେ ଆଉ ରାତି ନାହିଁ! ୨୪ଘଣ୍ଟା ଖୋଲା ରହିବ ଏହି ସବୁ ଦୋକାନ ଓ ବଜାର, ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ
ଉଲ୍ଲେଖଯୋଗ୍ୟ ଯେ ଆକାଡେମିକ ସେସନ ୨୦୨୩-୨୪ ଲାଗି ପୁସ୍ତକ ପୂର୍ବରୁ ମୁଦ୍ରିତ ହୋଇସାରିଛି। ଏଣୁ ସରକାର ପାଠ୍ୟପୁସ୍ତକର ପୁନଃ ପ୍ରକାଶନ ନିମନ୍ତେ ନିର୍ଦ୍ଦେଶ ଜାରି କରିବେନି। ତେବେ ପାଠ୍ୟାପୁସ୍ତକରେ ଏହି ସବୁ ବିଷୟ ନ ପଢାଇବା ଲାଗି ନିର୍ଦ୍ଦେଶ ଜାରି କରିପାରନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଶିକ୍ଷାମନ୍ତ୍ରୀ ମଧୂ ବଙ୍ଗରପ୍ପା ଓ ପ୍ରୋଗ୍ରେସିଭ ଥିଙ୍କର୍ସ ଉପସ୍ଥିତ ଥିଲେ। ଏହି ବୈଠକରେ ଟିଚିଂ, ଏଗଜାମ ଓ ଇଭୋଲ୍ୟୁସନ ପ୍ରୋସେସରୁ ବିବାଦୀୟ ଓ ଆପତ୍ତିଜନକ ପାଠ୍ୟକ୍ରମ ହଟାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟା ରାଜ୍ୟରେ ବିଜେପି କାର୍ଯ୍ୟକାଳରେ ଯୋଡାଯାଇଥିବା ବିବାଦୀୟ ସାମଗ୍ରୀର ଯାଞ୍ଚ ପାଇଁ ଏକ କମିଟି ଗଠନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ସପ୍ତାହକ ମଧ୍ୟରେ ତାଙ୍କର ରିପୋର୍ଟ ପ୍ରଦାନ କରିବେ। ତେବେ ଏହି ମାମଲାରେ ଅଧିକାରୀକ ନିର୍ଦ୍ଦେଶ ଜାରି ହେବା ପୂର୍ବରୁ କ୍ୟାବିନେଟ୍ରେ ପ୍ରସଙ୍ଗ ଚର୍ଚ୍ଚା ହୋଇପାରେ ବୋଲି ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଛାତ୍ରଛାତ୍ରୀଙ୍କ ମନରେ ବିଷ ଭରିବା ଭଳି ସମସ୍ତ ସାମଗ୍ରୀକୁ ପାଠ୍ୟକ୍ରମରୁ ହଟାଇ ଦିଆଯିବ ବୋଲି ଘୋଷଣା କରିଥିଲେ।
ପାର୍ଲରରେ ମେକଅପ୍ ପରେ ମାକୁ ଚିହ୍ନିଲାନି ପୁଅ, ସୋସିଆଲ ମିଡିଆରେ Video ଭାଇରାଲ
ତେବେ ବିଜେପି ମୁଖପାତ୍ର ଗଣେଶ କାର୍ଣ୍ଣିକ୍ ଗଣମାଧ୍ୟମ ସହ ଆଲୋଚନାରେ ରାଜ୍ୟର ବିଜେପି ସରକାର ଦ୍ୱାରା ଦେଶହୀତରେ ନିଆଯାଇଥିବା ପଦକ୍ଷେପକୁ ଖୋଲାଖୋଲି ପ୍ରତ୍ୟାହାର କରାଯିବା, ମନା କରିବା ବା ରୋକିବା ଲାଗି ସରକାରଙ୍କ ପଦକ୍ଷେପ ଉପରେ କଡ଼ା ନଜର ରଖାଯାଇଥିବା କହିଛନ୍ତି। ଏହା ଛଡା ବିଜେପି ସରକାର ପାଠ୍ୟପୁସ୍ତକରେ ପରିବର୍ତ୍ତନ ଏନସିଏଫ ଗାଇଡଲାଇନ ଅନୁସାରେ କରିଥିଲେ। ବିଜେପି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ଏନସିଏଫ ଅନୁକରଣରେ କରିଛି। ଏଥିରି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାରଙ୍କ ପସନ୍ଦ ମୁତାବକ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇ ପାରିବନି ବୋଲି ସେ କହିଛନ୍ତି। ତେବେ ସେ କହିଛନ୍ତି ଯେ ପରିବର୍ତ୍ତନ ଏନସିଆରଟିଙ୍କ ଗାଇଡଲାଇନ ମୁତାବକ କରାଯାଇପାରେ।