ବିନିକା ବ୍ଲକ ପାଚିକା ସହାୟତା ସଂଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର ପ୍ରଦାନ
4/10/2023 at 9:23 AM

ସୋନପୁର ୦୪।୧୦ : ସୋନପୁର ଜିଲ୍ଲା ବିନିକା ବ୍ଲକ ପାଚିକା ସହାୟତା ସଂଘ ପକ୍ଷରୁ ବିଇଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓଡିଶା ମଧ୍ୟାହ୍ନ ଭୋଜନ କର୍ମଚାରୀ ବିଏମ୍ଏସ୍ ତରଫରୁ ପାଚିକା ଓ ସହାୟିକାଙ୍କୁ ଶ୍ରମିକର ମାନ୍ୟତା, ଦରମା ବୃଦ୍ଧି, ୧୨ ମାସର ଦରମା ପ୍ରଦାନ, ସାମାଜିକ ସୁରକ୍ଷା ମାସିକ ପେନ୍ସନ୍ ସହ ଅବସର ବୟସ ୬୫କୁ ବୃଦ୍ଧି କରିବା ଦାବି କରି ବିଇଓ ଲକ୍ଷ୍ମଣ ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଦାବି ପୂରଣ ନହେଲେ କାର୍ଯ୍ୟ ବନ୍ଦ ସହ ଆନ୍ଦୋଳକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
Related Posts
ଟଙ୍କା ଗଣତି ପାଇଁ ବଢିଲା ମେସିନ୍ ସଂଖ୍ୟା, ୯ ବଦଳେ ୨୫ ମେସିନରେ ଗଣାହେବ
9 December 2023
ଚୋରି ବାଇକ୍ ଓ ମୋବାଇଲ୍ ମାଲିକଙ୍କୁ ଫେରାଇଲା ପୋଲିସ
9 December 2023
ବନ୍ଧା ହେଲା ହତ୍ୟାକାରୀ ବୋହୂ, ଶାଶୂକୁ ମାରି ଗୋଟିଏ ଘରେ ଥିଲା
9 December 2023