ବିନିକା କଂଗ୍ରେସ ପକ୍ଷରୁ ସ୍ବାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ, କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧିର ପ୍ରତିବାଦ କଲେ କର୍ମୀ

Published By : Prameya-News7 Bureau | August 11, 2022 IST

ସୁବର୍ଣ୍ଣପୁର, ୧୧/୦୮: ତ୍ୟାଗ ଓ ବଳିଦାନ ଦିବସ ତଥା ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା କଂଗ୍ରେସ ତରଫରୁ ସ୍ବାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ୱର ମନ୍ଦିର ଠାରୁ କଂଗ୍ରେସ କର୍ମୀ ପଦଯାତ୍ରାରେ ବାହାରି ଚୌକିଯୋର-ଉଲ୍ଲେ ଛକ ଦେଇ ବିନିକା ସହର ଗଜପତି ନଗର ଠାରୁ ସହର ପରିକ୍ରମା କରି ଯୋଗେଶ୍ୱର ମନ୍ଦିର ଠାରେ ପହଞ୍ଚିଥିଲେ ।

ବିନିକା ବ୍ଳକ କଂଗ୍ରେସ ସଭାପତି ରବୀନ୍ଦ୍ର ହୋତାଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦୁର୍ଗା ପ୍ରସାଦ ପାଢ଼ୀ, ଜିଲ୍ଲା ସଭାପତି ଗୌରିଶ୍ୟାମ ପଣ୍ଡା, ଉପସଭାପତି ରାଜଗୋପାଳ ପାଣିଗ୍ରାହୀ, ପିସିସି କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସେଠୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ଜିତେନ୍ଦ୍ର ପଟ୍ଟନାୟକ, ସୁଧୀର ପଣ୍ଡା, ପିସିସି ମେମ୍ବର ସଂଗ୍ରାମ କେଶରୀ ନାୟକ, ଜିଲ୍ଲା କିଷାନ ସେଲ ସଭାପତି ନରେନ୍ଦ୍ର ପଣ୍ଡା, ନରେନ୍ଦ୍ର ସାହୁ, ଉମାକାନ୍ତ ଦୀପ, ଗୋବିନ୍ଦା ଝାଙ୍କର, ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ସୁମନ୍ତ ସାହୁ, ଭୋଲାସାଗର, ମହାଦେବ କୁମ୍ଭାର, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସୂର୍ଯ୍ୟକାନ୍ତୀ ବାଘ, ମଞ୍ଜୁଲତା ମହାନନ୍ଦ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧିର ପ୍ରତିବାଦ, ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଜିଏସଟି ପ୍ରତ୍ୟାହାର,ବେକାରୀ ସମସ୍ୟା ଓ ଚୁକ୍ତି ଭିତ୍ତିକ ସମସ୍ତ ପ୍ରକାର ନିଯୁକ୍ତି ଉଚ୍ଛେଦ ଦାବି କରି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା ଏଥିରେ କରାଯାଇଥିଲେ । ଏହି ଗୌରବ ଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.