oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ବିଶିଷ୍ଟ ଲେଖିକା ବୀଣାପାଣି ମହାନ୍ତିଙ୍କୁ ‘ଅତିବଡ଼ି’ ପୁରସ୍କାର

25/07/2020 at 9:55 PM

ଭୁବନେଶ୍ୱର, ୨୫|୦୭:  ବିଶିଷ୍ଟ ଗାଳ୍ପିକା ବୀଣାପାଣି ମହାନ୍ତିଙ୍କୁ ମିଳିଲା ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର । ରାଜ୍ୟ ସରକାରଙ୍କର ଏହି ସର୍ବୋଚ୍ଚ ସମ୍ମାନ ପାଇଛନ୍ତି ଏହି ଲୋକପ୍ରିୟ ଲେଖିକା । ୨୦୧୯ ମସିହା ପାଇଁ ତାଙ୍କ ଘରକୁ ଯାଇ ସଂସ୍କୃତି ମନ୍ତ୍ରୀ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ସାହିତ୍ୟ ଏକାଡେମୀର ୬୩ତମ ପ୍ରତିଷ୍ଠା ଦିବସରେ ଗାଳ୍ପିକା ବୀଣାପାଣି ମହାନ୍ତିଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଛି । ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । 

ବୀଣାପାଣି  ପ୍ରଥମେ  କବିତା ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆପଣେଇ ଥିଲେ ।  ତାଙ୍କର ପ୍ରଥମ କବିତା ତନ୍ଦ୍ରାହତ ୧୯୫୫ମସିହାରେ  ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶିତ ହୋଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ “ଗୋଟିଏ ରାତ୍ରୀର କାହାଣୀ” ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା ।୧୯୬୧ମସିହାରେ ତାଙ୍କ ଗଳ୍ପ “ନାଉଗଛ” ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି ।

   Related Posts