ଗତଥରଠାରୁ ଭିନ୍ନ ହେବ ପ୍ରଧାନମନ୍ତ୍ରୀଙ୍କ ଶପଥପାଠ ଉତ୍ସବ, ବିମସଟେକ୍ ଦେଶମାନଙ୍କୁ ଦିଆଯାଇଛି ନିମନ୍ତ୍ରଣ

Published By : Prameya-News7 Bureau | May 27, 2019 IST

ନୂଆଦିଲ୍ଲୀ ୨୭।୫:  ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୩୦ ତାରିଖ ଦିନ ପଦ ଓ ଗୋପନୀୟତାର ଶପଥପାଠ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଶପଥାପଠ ଉତ୍ସବକୁ ବିମସଟେକ୍ ଦେଶମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛନ୍ତି। ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ବିଜେପି ସରକାରଙ୍କ ପଡୋସୀ ପ୍ରାଥମିକତା ଅନୁସାରେ ଏହି ନିମନ୍ତ୍ରଣ କରାଯାଇଥିବା ବେଳେ ବିମସଟେକ ଅନ୍ତର୍ଗତ ଦେଶ ବାଂଲାଦେଶ, ମ୍ୟାଁମାର, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ନେପାଲ ଓ ଭୁଟ୍ଟାନ ଆଦି ଦେଶମାନଙ୍କର ରାଷ୍ଟ୍ରମୁଖ୍ୟମାନେ ଉତ୍ସବରେ ଯୋଗଦେବେ।

{"id":116723,"width":552,"height":366}

ଗତ ଥର ପ୍ରଧାନମନ୍ତ୍ରୀଙ୍କ ଶପଥପାଠ ଉତ୍ସବକୁ ସାର୍କ ଅନ୍ତର୍ଗତ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା। ହେଲେ ଚଳିତଥର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ମେ ୩୦ ତାରିଖ ସନ୍ଧ୍ୟା ୭ଟା ବେଳେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଶପଥପାଠ କରିବେ। ତାଙ୍କ ସହ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରାଯିବାର କାର୍ଯ୍ୟକ୍ରମ ରହିଛି।

{"id":116724,"width":571,"height":584}

ବିମସଟେକ୍ ରେ ବଙ୍ଗୋପସାଗର ଉପକୂଳବର୍ତ୍ତି ଭାରତ ସମେତ ୭ଟି ପଡୋସୀ ଦେଶ ସାମିଲ ଅଛନ୍ତି । ଯାହାର ମୁଖ୍ୟାଳୟ ବାଂଲାଦେଶର ରାଜଧାନୀ ଢାକାରେ ରହିଛି ।  ଅନ୍ତର୍ଜାତୀୟ ବହୁସ୍ତରୀୟ ବୈଷୟିକ ଓ ଅର୍ଥନୈତିକ ସହଯୋଗ ପାଇଁ ଏହି ରାଷ୍ଟ୍ର ସଂଘ ଗଠିତ ହୋଇଛି । ଏଣୁ ପ୍ରଧାନମନ୍ତ୍ରଙ୍କ ଶପଥପାଠ ଉତ୍ସବକୁ ବେ ଅଫ ବେଙ୍ଗଲ ଇନିସିଏଟିଭ ଫର ମଲ୍ଟି ସେକ୍ଟୋରାଲ  ଟେକ୍ନିକାଲ ଏଣ୍ଡ ଇକନମିକ୍ କୋ-ଅପରେସନର ସଦସ୍ୟଙ୍କୁ ନିମନ୍ତ୍ରଣ ପରବର୍ତ୍ତି ସମୟରେ ଲାଭଦାୟକ ହେବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.