ସିରିଆର ବିମାନ ଆକ୍ରମଣରେ ୨୯ ତୁର୍କି ସୈନ୍ୟ ନିହତ, ଇଦାଲିବ୍ରେ ବିଦ୍ରୋହୀ ବଡ଼ ଝଟ୍କା
28/02/2020 at 9:20 AM

ଅଙ୍କରା ୨୮।୦୨: ସିରିୟର ଇଦାଲିବ୍ ପ୍ରାନ୍ତରେ ବିମାନ ଆକ୍ରମଣ । ସିରିୟା ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣରେ ୨୯ଜଣ ତୁର୍କି ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଖବର ମିଳିଛି । ଆହତ ଥିବା ସୈନ୍ୟମାନଙ୍କୁ ସେନା ମେଡିକାଲରେ ଭର୍ତ୍ତି କରାଯାଇଛି । ସିରିଆ ବିଦ୍ରୋହୀଙ୍କ ତୁର୍କି ସେନା ସହଯୋଗ କରୁଥିବାରୁ ଏପରି ଆକ୍ରମଣ କରାଯାଇଥିବା ସୂଚନା ।

ସୂଚନାନୁସାରେ , ସିରିୟାର ଇଦାଲିବ୍ ପ୍ରାନ୍ତରେ ବିଦ୍ରୋହୀମାନଙ୍କ ଦବ୍ଦବା ରହିଛି । ବିଦ୍ରୋହୀମାନ ଏହି ଅଞ୍ଚଳକୁ ନିଜ କବ୍ଜାରେ ରଖିଛିନ୍ତି । ଯାହାକୁ ସିରିୟା ବିରୋଧ କରୁଛି । ତେବେ ଏହି ଅଞ୍ଚଳକୁ ବିଦ୍ରୋହୀଙ୍କ କବଳରୁ ମୁକ୍ତ କରିବା ପାଇଁ ରୁଷ୍ର ସହଯୋଗ ନେଇଛି ସିରିୟା ସେନା । କିନ୍ତୁ ତୁର୍କି ସିରିୟାର ଇଦାଲିଦ୍ ପ୍ରାନ୍ତରେ ଚାଲିଥିବା ବିଦ୍ରୋହୀଙ୍କ ଆନ୍ଦୋଳନକୁ ସହଯୋଗ କରୁଛି । ଏବଂ ସମୟ ସମୟରେ ଅସ୍ତ୍ରଶସ୍ତ୍ର ଯୋଗାଉଥିବାର ଅଭିଯୋଗ ଆସିଛି ।

ତେବେ ଗୁରୁବାର ଦିନ ସିରିୟା ସେନା ଇଦାଲିଦର ବିମାନ ଆକ୍ରମଣ କରିଥିଲା । ଏବଂ ଏହି ଆକ୍ରମଣରେ ୨୯ଜଣ ତୁର୍କି ସୈନ୍ୟଙ୍କ ମୃତ୍ୟୁ ହୋଇଛି । ସେପଟେ ସିରିୟାରେ ସୈନ୍ୟମାନଙ୍କ ମୃତ୍ୟୁ ନେଇ ତୁର୍କି ସରକାର ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ଏହି ଆକ୍ରମଣକୁ ନାଟୋ ପକ୍ଷରୁ ନିନ୍ଦା କରାଯାଇଛି ।
.