ଦେଶ ଛାଡି ପଳାଉଛି ଧନୀପତି କୁବେର, ଋଷିଆ ଓ ଚୀନ ପରେ ଏବେ ଭାରତର ପାଳି, ଜାଣନ୍ତୁ ଏପରି ଲୋକେ ଯାଉଛନ୍ତି କୁଆଡେ?

Published By : Prameya-News7 Bureau | November 30, 2022 IST

ନୂଆଦିଲ୍ଲୀ ୩୦।୧୧:  ଭାରତ ସମେତ ଏବେ ସାରା ବିଶ୍ୱରେ ଧନୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପଟେ ବହୁ ସଂଖ୍ୟାରେ ଧନୀକ ସେମାନଙ୍କ ନିଜ ଦେଶ ଛାଡି ବିଦେଶ ପଳାଉଛନ୍ତି। ହେନଲେ ଏଣ୍ଡ ପାର୍ଟନର୍ସଙ୍କ ଏକ ରିପୋର୍ଟ ଅନୁଯାୟୀ ୨୦୨୨ ମସିହାର  ଏପର୍ଯ୍ୟନ୍ତ ବିଶ୍ୱରେ ପ୍ରାୟ ୮୮ ହଜାର ହାଇ ନେଟୱର୍ଥ ଲୋକେ ନିଜ ଦେଶ ଛାଡି ଅନ୍ୟ ଦେଶରେ ବସବାସ କରୁଛନ୍ତି। ଏହି ହିସାବରେ ୨୦୧୪ରୁ ଏପର୍ଯ୍ୟନ୍ତ କେବଳ ଭାରତରୁ ୨୩ ହଜାର ଧନପତି କୁବେର ସ୍ୱଦେଶ ଛାଡି ପଳାଇଛନ୍ତି।

{"id":715352,"sizeSlug":"full","linkDestination":"none"}

ଭାରତ ଟପ ୩ ଦେଶଙ୍କ ସୂଚୀର ତୃତୀୟ ସ୍ଥାନରେ ଅଛି ଯେଉଁଠୁ ହାଇ ନେଟୱର୍ଥ ଲୋକେ ପଳାୟନ କରିଛନ୍ତି ଓ କରୁଛନ୍ତି। ଏହି ସୂଚୀର ପ୍ରଥମ ସ୍ଥାନରେ ରହିଛି ଋଷିଆ ତାପଛକୁ ଦ୍ୱିତୀୟ ସ୍ଥାନରେ ଅଛି ଚୀନ୍। ସେହିପରି ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ୨ହଜାର ୮୦୦ ଧନପତି କୁବେର ଦେଶଛାଡି ପଳାୟନ କରିଛନ୍ତି। ହଂକଂରୁ ୩ ହଜାର ଓ ବ୍ରିଟେନରୁ ୧୫୦୦ ବିଲିୟୋନେୟର ଅନ୍ୟ ଦେଶକୁ ପଳାଇ ଯାଇ ବସବାସ କରୁଛନ୍ତି।

{"id":715355,"sizeSlug":"full","linkDestination":"none"}

ସ୍ୱଦେଶ ଛାଡି ବିଲିୟୋନେୟରମାନେ ଯେଉଁ ସବୁ ଦେଶକୁ ପଳାୟନ କରୁଛନ୍ତି ସେହି ସବୁ ଦେଶଙ୍କ ସୂଚୀର ୧ ନମ୍ବରରେ ୟୁନାଇଟେଡ ଆରବ ଏମିରେଟସ୍ ଥିବା ବେଳେ ପଛକୁ ରହିଛି ଅଷ୍ଟ୍ରେଲିଆ ଓ ତା ପଛରେ ଅଛି ସିଙ୍ଗାପୁର। ଏମିତି ଦେଖିଲେ ଭାରତରେ ବିଲିୟୋନେୟରଙ୍କ ଅଭାବ ନାହିଁ। ଏବେ ଦେଶରେ ମୋଟ ବିଲିୟୋନେୟରଙ୍କ ସଂଖ୍ୟା ୩.୫୭ ଲକ୍ଷ ବୋଲି ଜଣାପଡିଛି। ମୋଟ ଧନିକଙ୍କ ମଧ୍ୟରୁ ମାତ୍ର ୨ ପ୍ରତିଶତ ଦେଶଛାଡି ପଳାଇଛନ୍ତି। ରିପୋର୍ଟ ଅନୁସାରେ ୨୦୩୧ ମସିହା ବେଳକୁ ଭାରତରେ ବିଲିୟୋନେୟରଙ୍କ ସଂଖ୍ୟାରେ ପ୍ରାୟ ୮୦ ପ୍ରତିଶତ ଅଭିବୃଦ୍ଧି ହୋଇଥିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.