ତେଲିଆ ମୁଣ୍ଡରେ ତେଲ: ୨୦୧୮ ମସିହାରେ ଦେଶର କୋଟିପତିଙ୍କ ସମ୍ପତ୍ତି ଦୈନିକ ୨୨୦୦ କୋଟି ଟଙ୍କା ବୃଦ୍ଧି ହୋଇଛି

Published By : Prameya-News7 Bureau | January 21, 2019 IST

ଦିଲ୍ଲୀ ୨୧/୧ : ଦେଶର କୋଟିପତିଙ୍କ ସମ୍ପତ୍ତିରେ ଗତବର୍ଷ ଅର୍ଥାତ ୨୦୧୮ ମସିହାରେ ଦୈନିକ ୨୨୦୦ କୋଟି ଟଙ୍କା ବୃଦ୍ଧି ହୋଇଛି | ସମୁଦାୟ ଜନସଂଖ୍ୟାର ମାତ୍ର ୧ ପ୍ରତିଶତ ଏହି ଟପ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ୩୯ ପ୍ରତିଶତ ବୃଦ୍ଧି ହୋଇଛି | ଅପରପକ୍ଷରେ ସବୁଠାରୁ କମ ସମ୍ପତ୍ତି ଥିବା ଦେଶର ୫୦ ପ୍ରତିଶତ ଲୋକଙ୍କ ସମ୍ପତ୍ତି ମାତ୍ର ୩ ପ୍ରତିଶତ ବୃଦ୍ଧି ହୋଇଛି | ଆଜି ଅକ୍ସଫେମ ଏହି ରିପୋର୍ଟ ଜାରି କରିଛି |

ରିପୋର୍ଟ ଅନୁସାରେ, ଦୁନିଆର କୋଟିପତିଙ୍କ ସମ୍ପତ୍ତିରେ ଗତବର୍ଷ ୧୨ ପ୍ରତିଶତ ବୃଦ୍ଧି ହୋଇଛି | ଅପରପକ୍ଷରେ ଦୁନିଆର ଅଧା ଲୋକସଂଖ୍ୟା, ଗରିବଙ୍କ ସମ୍ପତ୍ତି ୧୧ ପ୍ରତିଶତ ହ୍ରାସ ପାଇଛି |

{"id":76475}

ରିପୋର୍ଟ ଅନୁସାରେ, ଭାରତର ୧୩.୬ କୋଟି ଲୋକ ସବୁଠାରୁ ଗରିବ | ଦେଶର ଜନସଂଖ୍ୟାର ୧୦ ପ୍ରତିଶତ ଅତ୍ୟନ୍ତ ଗରିବ | ୨୦୦୪ ମସିହାରୁ ଏହି ଗରିବ ଶ୍ରେଣୀଭୁକ୍ତ ଲୋକେ ଲଗାତାର ଋଣରେ ବୁଡି ରହିଛନ୍ତି | ଅକ୍ସଫେମ କହିବାନୁଯାୟୀ, ଗରିବ ଏବଂ ଧନୀଙ୍କ ମଧ୍ୟରେ ବଢୁଥିବା ପାର୍ଥକ୍ୟ ଯୋଗୁଁ ଗରିବୀ ହଟାଇବା ପ୍ରୟାସକୁ ସମୂଳେ ଧ୍ବଂସ କରୁଛି | ଧନୀ ଏବଂ ଗରିବ ମଧ୍ୟରେ ଥିବା ଏହି ପାର୍ଥକ୍ୟ ଦେଶର ଅର୍ଥ ବ୍ୟବସ୍ଥାକୁ କ୍ଷତି କରୁଛି |

{"id":76476}

ଚଳିତ ବର୍ଷ ୱାର୍ଲଡ ଇକୋନୋମିକ ଫୋରମରେ ସାମିଲ ହେବାକୁ ଥିବା ରାଜନୀତିଜ୍ଞ ଏବଂ ବ୍ୟବସାୟୀଙ୍କୁ ଅକ୍ସଫେମର କହିବା ଅନୁଯାୟୀ, ଧନୀ ଏବଂ ଗରିବଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଫରକକୁ ଦୂର କରିବା ପାଇଁ ତୁରନ୍ତ କୌଣସି ପଦକ୍ଷେପ ନେବା ଦରକାର | ଆସନ୍ତାକାଲିଠାରୁ ଦାବୋଷ ଠାରେ ଅନୁଷ୍ଠିତ ହେବ ୱାର୍ଲଡ ଇକୋନୋମିକ ଫୋରମ |

{"id":76477,"width":583,"height":440}

ଅକ୍ସଫେମର ଅନ୍ତର୍ଜାତୀୟ ଏକଜେକ୍ୟୁଟିଭ ନିର୍ଦେଶକ ବିନ୍ନି ବ୍ୟାନୟିମା କହିଛନ୍ତି ଯେ, କିଛି ଧନୀ ଭାରତୀୟଙ୍କ ସମ୍ପତ୍ତି ଲଗାତାର ବୃଦ୍ଧି ପାଇବାରେ ଲାଗିଛି ତ ଅପରପକ୍ଷରେ ଗରିବ ଲୋକ ନିଜ ପିଲାଙ୍କ ପାଠ ପାଇଁ, ଔଷଧ ପାଇଁ ସଂଘର୍ଷ କରୁଛି | ଦେଶପାଇଁ ଏହା ଅତି ଅପମାନଜନକ ବୋଲି କହିଛନ୍ତି ବିନ୍ନି | ଏହାଫଳରେ ଦେଶରେ ସାମାଜିକ ଏବଂ ଲୋକତନ୍ତ୍ରିକ ବ୍ୟବସ୍ଥାର କ୍ଷତି ହେବ ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.