ମୁମ୍ବାଇ: ଭାରତର ବ୍ୟବସାୟ ଜଗତ ବଡ଼ ଦୁଃଖଦ ଖବର ଆସିଛି। ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ ବଫେଟ୍ କୁହାଯାଉଥିବା ରାକେଶ ଝୁନଝୁନୱାଲାଙ୍କର ପରଲୋକ ହୋଇଛି। ରବିବାର ସକାଳେ ମାତ୍ର ୬୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଆନୁସାରେ ଆଜି ସକାଳ ୬.୪୫ ମିନିଟ୍ ସମୟରେ ତାଙ୍କୁ ମୁମ୍ବାଇର ବ୍ରିଚ୍କାଣ୍ଡି ହସ୍ପିଟାଲ୍କୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଡାକ୍ତରଖାନା ଆସିବା ପୂର୍ବରୁ ତାଙ୍କର ବିୟୋଗ ହୋଇଯାଇଥିଲା ବୋଲି ଡାକ୍ତରମାନେ କହିଛନ୍ତି।
ରାକେଶ ଝୁନୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି "ରାକେଶ ଝୁନଝୁନୱାଲା ଅଦ୍ୟମ ଥିଲେ। ତାଙ୍କ ଜୀବନଶୈଳୀ ଖୁବ ବାସ୍ତବବାଦୀ ଓ ମଜାଳିଆ ଥିଲେ। ବିଶ୍ୱ ଅର୍ଥନୀତି ପାଇଁ ତାଙ୍କ ଯୋଗଦାନ ଅତୁଳନୀୟ। ସେ ଭାରତର ଅଭିବୃଦ୍ଧଇ ପାଇଁ ଖୁବ୍ ଉତ୍ସାହୀ ଥିଲେ। ତାଙ୍କର ବିୟୋଗ ଅତ୍ୟନ୍ତ ଦୁଃଖଦ। ତାଙ୍କ ପରିବାର ଓ ପ୍ରଶଂସକଙ୍କ ପାଇଁ ମୁଁ ସମବେଦନା ଜଣାଉଛି।"
wp:html/wp:htmlRakesh Jhunjhunwala was indomitable. Full of life, witty and insightful, he leaves behind an indelible contribution to the financial world. He was also very passionate about India’s progress. His passing away is saddening. My condolences to his family and admirers. Om Shanti. pic.twitter.com/DR2uIiiUb7
— Narendra Modi (@narendramodi) August 14, 2022
୫ ଜୁଲାଇ ୧୯୬୦ରେ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ରାକେଶ ଝୁନଝୁନୱାଲା ୧୯୮୫ ମସିହାରେ ଷ୍ଟକ୍ ମାର୍କେଟ୍ରେ ଟଙ୍କା ନିବେଶ କରିଥିଲେ। ହେଲେ ଫୋର୍ବସ ପତ୍ରିକା ଅନୁସାରେ, ତାଙ୍କର ସମ୍ପତ୍ତି ମୂଲ୍ୟ ଏବେ ୫.୫ ବିଲିୟନ ଆମେରିକୀୟ ଡଲାର। ରାକେଶ ଝୁନଝୁନୱାଲାଙ୍କ ଅନୁସାରେ ସେ ତାଙ୍କ ବାପାଙ୍କ ଠାରୁ ପ୍ରେରଣା ପାଇଁ ଶେୟାର ମାର୍କେଟ୍ରେ ପୁଞ୍ଜି ନିବେଶ କରିବାରେ ଇଚ୍ଛା ପ୍ରକାଶ କରିଥିଲେ। ଆରମ୍ଭ ସମୟରେ ସେ ଶେୟାର୍ ମାର୍କେଟରେ ଅନେକ ରିକ୍ସ ନେଇଛନ୍ତି।
୧୯୮୬ ମସିହାରେ ଝୁନଝୁନୱାଲା ଟାଟା ଶେୟାର କିଣିବା ବେଳେ ତାଙ୍କର ପ୍ରଥମ ଲାଭ କମାଇଥିଲେ। ସେ ମାତ୍ର ୪୩ ଟଙ୍କାରେ ‘ଟାଟା ଟି’ରେ ୫ ହଜାର ଶେୟାର କିଣିଥିଲେ। ଏହାର ୩ ମାସ ପରେ ଏହି ଷ୍ଟକ୍ ବଢ଼ି ୧୪୩ ହୋଇଯାଇଥିଲା। ଫଳରେ ସେ ତାଙ୍କ ନିବେଶର ୩ ଗୁଣା ଲାଭ କମାଇଥିଲେ। ଏହାର ୩ ବର୍ଷ ପରେ ଝୁନଝୁନୱାଲା ୨୦-୨୫ ଲକ୍ଷ ଟଙ୍କା ଆୟ କରିଥିଲେ। ଶେୟାର ମାର୍କେଟ୍ ବ୍ୟତୀତ ରାକେଶ ଝୁନଝୁନୱାଲା ବିମାନସେବା ଆକାଶ ଏୟାରରେ ପୁଞ୍ଜି ନିବେଶ କରି ନିଜର ନୂଆ ବ୍ୟବସାୟ ଆରମ୍ଭ କରିଥିଲେ। ଯାହାର ଫ୍ଲାଇଟ୍ ଅଗଷ୍ଟ ୭ ତାରିଖରେ ପ୍ରଥମ ଉଡ଼ାଣ ଭରିଥିଲା।
ଶେୟାର ମାର୍କେଟ୍ରେ ପୁଞ୍ଜି ନିବେଶ ବ୍ୟତୀତ ସେ ଏପ୍ଟେକ ଲିମିଟେଡ୍ ଓ ହଙ୍ଗାମା ଡିଜିଟାଲ୍ ମିଡିଆର ଏଣ୍ଟରଟେନ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡର ଚେୟାରମ୍ୟାନ୍ ଥିଲେ। ତା ଛଡ଼ା ସେ ଆନେକ ଭାରତୀୟ ଫାର୍ମରେବି ନିର୍ଦ୍ଦେଶକ ରହିଛନ୍ତି। କେବଳ ସେତିକି ନୁହେଁ, ସେ ଭାରତର ଅନ୍ତର୍ଜାତୀୟ ଅଭିଯାନରେ ସେ ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି।
ବ୍ୟବସାୟରେ କେବଳ ଲାଭ କମାଇବା ନୁହେଁ ସମାଜର ମଙ୍ଗଳ ପାଇଁ ବି ଅନେକ ଯୋଗଦାନ ଦେଇଛନ୍ତି ରାକେଶ ଝୁନଝୁନୱାଲା। ସ୍ୱାସ୍ଥ୍ୟସେବା, ପୋଷଣ ଯୋଗାଣ, ଶିକ୍ଷା ଇତ୍ୟାଦିରେ ଝୁନଝୁନୱାଲା ତାଙ୍କ ଆୟର ୨୫ ପ୍ରତିଶତ ଅର୍ଥଦାନ କରନ୍ତି। କ୍ୟାନସର ପ୍ରଭାବିତ ପିଲାମାନଙ୍କ ପାଇଁ ଅଶ୍ରୟ ଚଳାଉଥିବା ଏସ୍ଟି ଜଜ୍ଙ୍କ ଅଗସ୍ତ୍ୟା ଇଣ୍ଟରନ୍ୟାସନ୍ନାଲ ଫାଉଣ୍ଡେସନ ଓ ଶିଶୁମାନଙ୍କୁ ଯୌନ ଶୋଷଣ ବିଷୟରେ ସଚେତନତା ସୃଷ୍ଟି କରୁଥିବା ସଂସ୍ଥା ଅର୍ପଣକୁ ଝୁନ୍ଝୁନୱାଲା ଆର୍ଥିକ ସହଯୋଗ ଯୋଗାଉଥିଲେ। ତା ସହ ମହାରାଷ୍ଟ୍ରର ପାନଭେଲ୍ରେ ଶଙ୍କର ଆଇ ଫାଉଣ୍ଡେସନରେ ଯୋଗଦାନ କରି ୨୨୫ ବେଡ୍ ବିଶିଷ୍ଟ ରାକେଶ ଝୁନଝୁନୱାଲା ଶଙ୍କରା ଆଇ ହସ୍ପିଟାଲ୍ ସ୍ଥାପନା କରିଛନ୍ତି। ଏଠାରେ ମାଗଣା ଚକ୍ଷୁ ଚିକିତ୍ସା ଓ ସର୍ଜରି କରାଯାଉଛି।