scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଦଳିଲା ଗାଁ ଲୋକଙ୍କ ଭାଗ୍ୟ, ପ୍ରତି ପରିବାରକୁ ମିଳିଛି ୫୮ ଲକ୍ଷ

11/07/2023 at 3:22 PM

ନୂଆଦିଲ୍ଲୀ ୧୧।୦୭: ରାତାରାତି ବଦଳିଗଲା ଗାଁ ଲୋକଙ୍କ ଭାଗ୍ୟ । ପ୍ରତି ପରିବାରକୁ ମିଳିଲା ୫୮ ଲକ୍ଷ ଟଙ୍କା । ଏହି ଘଟଣା ଘଟିଛି ସାଉଥ୍ କୋରିଆର ଏକ ଗାଁରେ । ଗାଁର ନାଁ ହେଉଛି ଅନପ୍ୟୋଙ୍ଗ-ରି । ବାସ୍ତବରେ ଜଣେ ଜଣାଶୁଣା ବିଜନେସମ୍ୟାନ୍ ଏହି ଟଙ୍କା ନିଜ ଗାଁ ଲୋକଙ୍କୁ ବାଣ୍ଟିଛନ୍ତି । କାରଣ ପିଲାଦିନେ ଦାରିଦ୍ର୍ୟ ଭିତରେ ଗତି କରିଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ଗାଁ ଲୋକେ । ଏବେ ନିଜର ପରିଶ୍ରମ ଓ ଭାଗ୍ୟ ବଳରେ ସେ ବିଶ୍ୱର ଜଣେ ଆଗଧାଡିର ବିଜନେସମ୍ୟାନ ।

ବ୍ୟବସାୟୀ ଜଣକ ହେଉଛନ୍ତି ଦକ୍ଷିଣ କୋରିଆର ପ୍ରପର୍ଟି ଡେଭଲପର ବୁୟଙ୍ଗ୍ ଗ୍ରୁପର ପ୍ରତିଷ୍ଠାତା ଲି ଜଙ୍ଗ କ୍ୟୁନ୍ । ୮୨ ବର୍ଷିୟ ଲି ଜଙ୍ଗ କ୍ୟୁନ୍ ସାଉଥ୍ କୋରିଆର ସନଚିଓନ୍ ସିଟି ନିକଟ ଅନପୟୋଙ୍ଗ- ରି ଗାଁର ବାସିନ୍ଦା । ପିଲାଦିନେ ଜଙ୍ଗ କ୍ୟୁନ୍ ଅତି ଖରାପ ସମୟ ଦେଇ ଗତି କରୁଥିଲେ । ଏହି ସମୟରେ ଗାଁ ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ । ଲୋକଙ୍କ ଦାନ ଅର୍ଥରେ ପାଠ ପଢି ହୋଇଛନ୍ତି ବ୍ୟବସାୟୀ ।

 ଏବେ ଗାଁ ଲୋକଙ୍କୁ ମନେ ପକାଇଛନ୍ତି ଜଙ୍ଗ କ୍ୟୁନ୍ । ସେ ପ୍ରତି ପରିବାରକୁ ଦାନ କରିଛନ୍ତି ୫୮ ଲକ୍ଷ ଲେଖାଏଁ ଟଙ୍କା । ରିପୋର୍ଟ ମୁତାବକ ଏହି ଗାଁରେ ୨୮୦ ପରିବାର ରୁହନ୍ତି । ଆଉ ମୋଟ ୨୮୦ ପରିବାରକୁ ପାଖାପାଖି ୧୬୦୦ କୋଟିରୁ ଅଧିକ ଦାନ ଦେଇଛନ୍ତି ଲି ଜଙ୍ଗ କ୍ୟୁନ୍ । ଆଜିକା ଦିନରେ ଲି – ଜଙ୍ଗ କ୍ୟୁନଙ୍କ ମୋଟ ସମ୍ପତ୍ତି ଦେଢ ଲକ୍ଷ କୋଟିରୁ ଅଧିକ । ସେ ଦକ୍ଷିଣ କୋରିଆର ସର୍ବଶ୍ରେଷ୍ଠ ଧନୀ ।

You Can Read:

   Related Posts