ଦୋଷୀଙ୍କ ଦଣ୍ଡ କୋହଳ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ୨୦୦୨ ଗୁଜରାଟ ଗଣଦୁଷ୍କର୍ମ ପୀଡ଼ିତା ବିଲ୍‌କିସ ବାନୋ

Published By : Prameya-News7 Bureau | November 30, 2022 IST

ନୂଆଦିଲ୍ଲୀ: ୨୦୦୨ ବିଲ୍‌କିସ ବାନୋ ଗଣ ଦୁଷ୍କର୍ମ ମାମଲାରେ ୧୧ ଦୋଷୀଙ୍କୁ କ୍ଷମା ପୂର୍ବକ ଜେଲ୍‌ରୁ ମୁକ୍ତି ଦେବା ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଛି। ନିଜେ ବିଲ୍‌କିସ୍ ବାନୋ ଅପରାଧୀଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଏହି ଘଟଣାରେ ୧୫ ବର୍ଷରୁ ଅଧିକ ସମୟ ହେଲା ଜେଲ୍ ଦଣ୍ଡ ଭୋଗିବା ପରେ ଅପରାଧିଙ୍କୁ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ କ୍ଷମା ପୂର୍ବକୁ ଜେଲ୍‌ରୁ ଖଲାସ କରିଦିଆଯାଇଥିଲା। ଗୁଜରାଟ ସରକାରଙ୍କର ଏହି କ୍ଷମା ନୀତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଲକିସ୍।

ଏହି ଅପରାଧିମାନେ ଗୁଜୁରାଟ ଦଙ୍ଗାରେ ବିଲକିସଙ୍କୁ ଗଣଦୁଷ୍କର୍ମ କରିବା ସହିତ ତାଙ୍କ ପରିବାର ୮ ସଦସ୍ୟଙ୍କୁ ହତ୍ୟା କରିଥିଲେ। ସେତେବେଳେ ବିଲ୍‌କିସ୍‌ ମାତ୍ର ୨୧ ବର୍ଷର ଥିବା ବେଳେ ୫ ମାସର ଗର୍ଭବତୀ ଥିଲେ। ମୃତ ୮ ଜଣଙ୍କ ମଧ୍ୟରେ ବିଲକିସଙ୍କର ୭ ବର୍ଷର ଝିଅ ବି ବଳିପଡ଼ିଯାଇଥିଲା।

ଗୋଧ୍ରା ଟ୍ରେନ୍‌ ପୋଡ଼ି ପରେ ଗୁଜୁରାଟରେ ଦଙ୍ଗା ସୃଷ୍ଟି ହୋଇଥିଲା। ଏହି ଦଙ୍ଗାର ଏକ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲେ। ଯେଉଁଥିରେ ମୁସଲମାନଙ୍କ ସଂଖ୍ୟା ସର୍ବାଧିକ ଥିଲା।

ସୁପ୍ରିମ କୋର୍ଟ ଏହି ଘଟଣାରେ ୧୯୯୨ର କ୍ଷମା ନୀତି ଆପଣାଇବାକୁ ଗୁଜୁରାଟ ସରକାରଙ୍କୁ ଅନୁମତି ଦେଇଥିଲେ। ଏହାପରେ ଗୁଜରାଟ ସରକାର ଅପରାଧୀଙ୍କୁ ଏହି ଆଇନରେ ଅଧିନରେ ଜେଲ୍‌ରୁ ଖଲାସ କରିଥିଲେ। ଏହି ଦୁଇଟିଯାକା ନିଷ୍ପତ୍ତିକୁ ବିଲକିସ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କ ଆବେଦନରେ କୁହାଯାଇଛି ଯେ ୧୧ ଅପରାଧୀଙ୍କୁ କ୍ଷମା ନୀତିରେ ଜେଲ୍‌ରୁ ଛଡ଼ାଯିବାର ନଥିଲା। ମହାରାଷ୍ଟ୍ରୀ କ୍ଷମାନୀତି ଆଧାରରେ ଏହାର ବିଚାର କରାଯାଉ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱା ଚନ୍ଦ୍ରଚୂଡ଼ଙ୍କ ସମ୍ମୁଖରେ ଏହି ଆବେଦନ ରଖାଯାଇଥିବା ବେଳେ ମାମଲାର ଶୁଣାଣି ପାଇଁ ଆଜି ଲିଷ୍ଟଂ ଅନୁରୋଧ କରାଯାଇଥିଲା। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ ଯେ ଆମେ ଦୁଇଟିଯାକ ଘଟଣାକୁ ଯାଞ୍ଚ କରୁଛୁ। ଦୁଇଟାଯାକ ମାମଲାର ଏକଥାରେ ଶୁଣାଣି କରାଯାଇ ପାରିବ କି ପୂର୍ବ ରାୟ ଦେଇଥିବା ସମାନ ଖଣ୍ଡପୀଠ ଦ୍ୱାରା ଶୁଣାଣି ହେବ ଏହାର ଯାଞ୍ଚ କରୁଛୁ ବୋଲି ପ୍ରଧାନ ବିଚାରପତି କହିଥିଲେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.