ବିକ୍ରମ କେଶରୀ ଆରୁଖ ହେବେ ନୂଆ ବାଚସ୍ପତି, ପ୍ରଶାନ୍ତ ମୁଦୁଲି ସରକାରୀ ମୁଖ୍ୟ ସଚେତକ

Published By : Prameya-News7 Bureau | June 04, 2022 IST

ଭୂବନେଶ୍ୱର: ଓଡିଶା ବିଧାନସଭାର ନୂଆ ବାଚସ୍ପତି ହୋଇପାରନ୍ତି ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ। ନବୀନଙ୍କ ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ସାରିଥିବା ବିକ୍ରମ କେଶରୀ ଆରୁଖ ବାଚସ୍ପତି ହୋଇପାରନ୍ତି। ନୀବନଙ୍କ ପଞ୍ଚମ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳରେ ବିକ୍ରମ ଆରୁଖ ସଂସଦୀୟ ବ୍ୟାପାର ଏବଂ ଜଙ୍ଗଲ ପରିବେଷ ବିଭାଗର ମନ୍ତ୍ରୀ ଥିଲେ।

ଅନ୍ୟପଟେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ ହୋଇପାରନ୍ତି। ଏହାସହ ପଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ମଧ୍ୟ ନୂଆ ଦାୟିତ୍ୱ ମିଳିପାରେ। ସରୋଜ ମେହେରଙ୍କୁ ସରକାରୀ ଦଳ ଉପ ମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.