oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଭୁବନେଶ୍ୱର କ୍ରାଇମ୍ : ଏକତରଫା ପ୍ରେମରେ ବିଫଳ ଯୁବକ ବ୍ଲେଡରେ କାଟିଦେଲା ଟ୍ୟୁସନରୁ ଫେରୁଥିବା ଛାତ୍ରୀଙ୍କ ହାତ

16/09/2019 at 8:27 PM

ଭୁବନେଶ୍ୱର ୧୬।୯: ରାଜଧାନୀ ଭୁବନେଶ୍ୱରରେ ଘଟିଛି ଅଭାବନୀୟ ଘଟଣା। ଏକତରଫା ପ୍ରେମକୁ କେନ୍ଦ୍ର କରି ଜଣେ କଲେଜ ଛାତ୍ରୀଙ୍କ ଉପରେ ୨ ଜଣ ଯୁବକ କରିଛନ୍ତି ଆକ୍ରମଣ। ଖାରବେଳ ନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳରୁ ଛାତ୍ରୀ ଟ୍ୟୁସନ ସାରି ଫେରୁଥିବା ବେଳେ ଯୁବକ ୨ ଜଣ ତାଙ୍କ ହାତକୁ ବ୍ଲେଡରେ କାଟି ଦେଇଛନ୍ତି। ଛାତ୍ରୀ ଓ ତାଙ୍କ ପରିବାର ପକ୍ଷରୁ ଏ ନେଇ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

ଖବର ନେବାରେ ଜଣାପଡିଛି ଯେ ଆହତ ଛାତ୍ରୀଙ୍କୁ ସ୍ଥାନୀୟ ଜଣେ ଯୁବକ ଏକତରଫା ପ୍ରେମ କରିଆସୁଥିଲା। ଏଥିପାଇଁ ଛାତ୍ରୀ ଟ୍ୟୁସନ ଓ କଲେଜ ଗଲାବେଳେ ଯୁବକ ତାଙ୍କୁ ପିଛା କରୁଥିଲା। ସୋମବାର ସନ୍ଧ୍ୟାରେ ଛାତ୍ରୀ ଶାସ୍ତ୍ରୀନଗରରେ ଟ୍ୟୁସନ ସାରି ଫେରୁଥିବା ବେଳେ ଗୋଟିଏ ବାଇକ୍ ରେ ସମ୍ପୃକ୍ତ  ଯୁବକ ଓ ତାର ଜଣେ ସହଯୋଗୀ ଛାତ୍ରୀଙ୍କ ପିଛା କରିଥିଲେ। ରାସ୍ତାରେ ଛାତ୍ରୀଙ୍କୁ ସେମାନେ ବିଭିନ୍ନ କଥା ପଚାରିଥିଲେ।  ତେବେ ଛାତ୍ରୀ କୌଣସି ଉତ୍ତର ଦେଇନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକ ଛାତ୍ରୀଙ୍କ ହାତକୁ ବ୍ଲେଡରେ କାଟିଦେଇଥିଲା।

ଆହତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ୨ ଯୁବକଙ୍କୁ ପୋଲିସ ଖୋଜୁଛି। ଜନଗହଳିପୂର୍ଣ୍ଣ ଶାସ୍ତ୍ରୀନଗର ଅଞ୍ଚଳରେ ବିଚ୍ ରାସ୍ତା ଉପରେ ଛାତ୍ରୀଙ୍କ ଉପରେ ଏଭଳି ବ୍ଲେଡ ଆକ୍ରମଣ ଲୋକଙ୍କୁ ଆତଙ୍କିତ କରିଛି।

   Related Posts