ବାଇକ୍ରେ ଲୁଚିଥିବା ସାପ ଚଳନ୍ତା ଗାଡିରେ କଲା ଦଂଶନ, ଗାଡି ଚଲାଇବା ପୂର୍ବରୁ ପ୍ରଥମେ ଭଲଭାବେ ଯାଂଚ କରନ୍ତୁ
1/10/2019 at 1:22 PM

ଚଳନ୍ତା ମୋଟରସାଇକିଲରେ ଲୁଚି ରହିଥିବା ସାପ ୨ଜଣ ଗାଡି ଚାଳକଙ୍କୁ କାମୁଡିଦେଇଛି। ମଧ୍ୟପ୍ରଦେଶ ଶ୍ୟୋପୁର ଜିଲାରେ ଅଲଗା ଅଲଗା ଘଟଣାରେ ୨ଟି ମୋଟରସାଇକଲ ଚାଳକଙ୍କୁ ସାପ କାମୁଦେଇଛି। ଉଭୟଙ୍କ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ, ଯୁବକ ବାଇକ ଚଲାଇ ନିଜ ଗାଁକୁ ଫେରୁଥିଲେ। ସେହି ସମୟରେ ହଠାତ୍ ଗାଡି ଇଂଜିନ ମଝିରେ ଲୁଚିଥିବା ସାପ ଗାଡି ଚାଳକ ଗୋଡରେ କାମୁଡିଥିଲା। କିଛି ସମୟ ମଧ୍ୟରେ ଯୁବକ ବେହୋଶ ହୋଇଥିଲେ। ଏହି ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେ ବିପଦମୁକ୍ତ ଅଛନ୍ତି।
ଅପରପକ୍ଷରେ ଅନ୍ୟ ସ୍ଥାନରେ ରାହୁଲ ଶର୍ମା ନାମକ ଜଣେ ଯୁବକ ଶ୍ୟୋପୁରରୁ ନିଜ ଗାଁକୁ ଫେରୁଥିଲେ। ହଠାତ୍ ବାଇକ୍ର ଉପର କଭରରେ ଲୁଚିରହିଥିବା ସାପ ତାଙ୍କୁ କାମୁଡିଥିଲା। ଗମ୍ଭୀର ଅବସ୍ଥାରେ ରାହୁଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଏବେ ସେ ବିପଦମୁକ୍ତ ଅଛନ୍ତି।
ବର୍ଷା ଋତୁରେ ଏହି ଜିଲାର ପାଖାପାଖି ୩୦ ଜଣରୁ ଅଧିକ ଲୋକଙ୍କର ସାପକାମୁଡାରୁ ମୃତ୍ୟୁ ହୋଇସାରିଛି। ପାର୍କିଂରେ ଥିବା ଗାଡିକୁ ଚଳାଇବା ପୂର୍ବରୁ ଭଲଭାବେ ଯାଂଚ କରିନେବା ଜରୁରୀ । ଫଳରେ ଏଭଳି ଦୁର୍ଘଟଣାକୁ ରୋକାଯାଇପାରିବ ।