ବାଇକ୍ ଆରୋହୀଙ୍କ ପେଟ ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
3/03/2020 at 12:22 PM

କେନ୍ଦୁଝର ୩।୩: କେନ୍ଦୁଝରରେ ଟ୍ରକ୍ ଚାପାରେ ଜଣେ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହଲେ ପାଟଣା ବ୍ଲକ୍ ଚାକୁଣ୍ଡାପାଲ ଗ୍ରାମର ପ୍ରଫୁଲ ଚନ୍ଦ୍ର ନାଏକ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।
ପ୍ରଫୁଲ ଗତକାଲି ଜେଲ୍ ରୋଡ୍ ସ୍ଥିତ ଅଫିସରୁ ରାତିରେ ବୃନ୍ଦାବନ ବିହାର ସ୍ଥିତ ନିଜ ୪୯ ନମ୍ବର ଜାତୀୟ ରାଜପଥରେ ଘରକୁ ବୁଲେଟରେ ଫେରୁଥିବା ସମୟରେ ଏକ ଟ୍ରକ୍ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ସେ ତଳେ ପଡିଯିବା ପରେ ଟ୍ରକର ପଛଚକା ଦୁଇଟି ତାଙ୍କ ପେଟ ଉପରେ ଚଢି ଯାଇଥିଲା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
Related Posts
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବ ଜଷ୍ଟିସ୍ ଜେ.ପି ଦାସ
7 February 2023