ବସ୍-ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ବାହାଘର ସାରି ଫେରୁଥିବା ବେଳେ ଦୁର୍ଘଟଣା

Published By : Prameya-News7 Bureau | March 03, 2023 IST

ପାଟଣାଗଡ ୩।୩: ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ବଲାଙ୍ଗୀର ପାଟଣାଗଡ଼-ପଦ୍ମପୁର ରାସ୍ତାରେ ଥିବା ଗୌଡ଼ପାଲି ଜୁରିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁବାର ରାତି ୧୧ଟା ସମୟରେ ‘ଶତାବ୍ଦୀ' ନାମକ ଏକ ଘରୋଇ ବସ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବସ୍‌ଟି ଦହିଗାରୁ ବରଯାତ୍ରୀ ଧରି ବେଳପଡା ସର୍ଗିଗୁଡା ଯାଉଥିବା ବେଳେ ଖପ୍ରାଖୋଲ ମାଲପଡ଼ାରୁ ଜଣେ ଯୁବକ ଭଉଣୀଙ୍କ ବାହାଘର ସାରି ବାଇକରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଧକ୍କା ହୋଇଥିଲା । ଦୁର୍ଘଟଣା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟ ହୋଇଛି । ମୃତ ଯୁବକ ବେଳପଡା ଥାନା ଅନ୍ତର୍ଗତ ନାଗଫେଣା ଗାଁର ସମାରୁ ବରିହା ବୋଲି ଜଣାପଡିଛି । ଏ ନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସବଟିକୁ ଜବତ କରିବା ସହ ପାଟଣାଗଡ଼ ଥାନାକୁ ଆଣି ବସ୍ ଚାଳକଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.