ବାଇକ୍କୁ ପଛପଟୁ ଧକ୍କା ଦେଲା ହାଇୱା, ଆରୋହୀ ଗୁରୁତର
14/12/2020 at 3:15 PM

ନିଆଳି ୧୪।୧୨: ଭୁବନେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ପଛରୁ ଧକ୍କା ଦେଲା ହାଇୱା । ବାଇକ ଚାଳକ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାଗ୍ରସ୍ତ ବାଇକଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଘଟଣାସ୍ଥଳରୁ ହାଇୱା ପଳାଇ ଯାଇଛି । କଟକ ଗୋପାଳପୁର ଅଞ୍ଚଳର ପ୍ରିତିରଞ୍ଜନ ମହାନ୍ତି ନିଜ ବାଇକ୍ ଯୋଗେ ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲକୁ ଯାଉଥିବା ବେଳେ ଫୁଲନଖରା ଛକର ଅନତିଦୂର ବମ୍ଫକୁଦ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।