ହାଇଓ୍ବା ଚକା ତଳେ ଚାପି ହୋଇଗଲେ ବାଇକ୍ ଆରୋହୀ, ଘଟଣାସ୍ଥଳରେ ମୃତ୍ୟୁ

Published By : Prameya-News7 Bureau | February 17, 2021 IST

ଧର୍ମଗଡ ୧୭।୨: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗୁନଗୁନିଆ ନିକଟରେ ବାଇକ୍ ଓ ହାଇୱା ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି ।  

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଛିଲପା ଗ୍ରାମର ଦେବେନ୍ଦ୍ର ରଣା ନାମକ ଜଣେ ଯୁବକ ବାଣ୍ଡିଗାଁରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ତେବେ ବୁଧବାର ସକାଳେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଗୁନୁଗୁନିଆ ନିକଟରେ ଧର୍ମଗଡ଼ ପଟୁ ଆସୁଥିବା ଏକ ହାଇୱା ତାଙ୍କୁ  ପଛ ଚକା ତଳେ ଚାପି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ପରିବାର ତରଫରୁ ମୋଟେର-ଜୟପାଟଣା ରାସ୍ତା  ଅବରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.