Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଇକ୍‌କୁ ଚାପିଦେଲା ଟ୍ରକ୍, ଚାଲିଗଲା ଆରୋହୀଙ୍କ ଜୀବନ

9/09/2023 at 4:55 PM

ଦବଗଡ ୯।୯: ଦେବଗଡ ୪୯ ନମ୍ବର  ଜାତୀୟ ରାଜପଥ ବାଇପାସ୍ ଛକରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ୍ ଆରୋହୀ ଜଣଙ୍କ ହେଲେ ଦେବଗଡ କଲେଜର ଛାତ୍ର ମୃତ୍ୟୁଞ୍ଜୟ ସିଂହ । ମୃତ ଛାତ୍ର ଜଣଙ୍କ ନିଜ ଘର ଦେବଗଡ ପୌରାଞ୍ଚଳ ଅନ୍ତର୍ଗତ ମୋହିନୀପୁରକୁ ଫେରିବା ସମୟରେ ଦେବଗଡ ବାଇପାସ୍‌ରେ ଥିବା ଓଭରବ୍ରିଜ ରିଆମାଳ ଛକରେ ଟ୍ରକଟି ଆସି ତାଙ୍କୁ ଚାପି ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା ।

ଖବର ପାଇ ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ  ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ବାଇକ୍‌କୁ ଜବତ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

You Can Read :

   Related Posts