ବିକଟାଳ ଶବ୍ଦ କରୁଥିଲା ବାଇକ, ୨୫୦୦ ଟଙ୍କା ଦେଲେ ସାଇଲେନ୍ସର ବଦଳାଇଲେ
24/12/2022 at 1:48 PM

ଭଦ୍ରକ ୨୪/୧୨: ବାଇକର ସାଇଲେନ୍ସର ବଦଳାଇବା ପଡିଲା ମହଙ୍ଗା । ପୋଲିସ ହାବୁଡ଼ରେ ପଡି ୨ ହଜାର ୫ଶହ ତଣ୍ଡ ଗଣିବା ସହ ସାଇଲେନ୍ସର ବଦଳାଇବାକୁ ପଡିଛି । ଭଦ୍ରକ ପୋଲିସ ତରଫରୁ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର । ହର୍ଣ୍ଣ ବ୍ୟବହାର କରୁଥିବା ବାଇକ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ।
ପୁରୁଣା ବଜାର ପୋଲିସ ଏକ ବାଇକ ଚାଳକକୁ ୨ ହଜାର ୫ ଶହ ଟଙ୍କାର ଫାଇନ କରିଛି । ତା ସହ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସରକୁ ବଦଳାଇ ନୂଆ ସାଇଲେନ୍ସର ଲଗାଯାଇଛି । ଆଗକୁ ଏହିଭଳି ସାଇଲେନ୍ସର ଥିବା ବାଇକ ଗୁଡିକ ଉପରେ ନଜର ରଖିବା ସହ ଫାଇନ ଲଗାଇବ ପୋଲିସ ।
Related Posts
ହଷ୍ଟେଲ୍ରୁ ଉଦ୍ଧାର ହେଲା +୨ ବିଜ୍ଞାନ ଛାତ୍ରୀଙ୍କ ମୃତଦେହ
2 February 2023