ବାଇକ୍ ଉପରେ ମାଡିଗଲା ହାଇଓ୍ବା, ଜଣେ ମୃତ

Published By : Prameya-News7 Bureau | July 05, 2019 IST

ବାଲିପାଟଣା ୫|୭: ବାଲିପାଟଣା ଟଙ୍କପାଣି ବ୍ରିଜ୍ ଉପରେ ଦୁର୍ଘଟଣା ହୋଇଛି । ହାଇଓ୍ବା ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ନିଆଳି ଅଞ୍ଚଳର ବିଜୟ କୁମାର ଜେନା । ବିଜୟ ଦୈନିକ ଖବର କାଗଜର ଅଫିସରେ କାର୍ଯ୍ୟରତ ଥିଲେ । ଅଫିସକୁ ବାଇକ ଯୋଗେ ଯାଉଥିବା ବେଳେ ତାଙ୍କ ଉପରେ ଏକ ହାଇୱା ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.