ସାଲେପୁର ୨୬।୧୨: ସାଲେପୁର ଥାନା ଅଧୀନ କଟକ ଚାନ୍ଦବାଲି ରାସ୍ତାର କୁଳିଆ ବଜାର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୃତ ଯୁବକ ଜଣକ ଶିଶୁଆ ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ଦୀପ୍ତିରଞ୍ଜନ ବିଶ୍ଵାଳ । ତାଙ୍କ ବୟସ ୪୧ବର୍ଷ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଚନ୍ଦନ ନିଜ ବାଇକ୍ ଯୋଗେ ଶ୍ଵଶୁର ଘର ନିଶ୍ଚିନ୍ତକୋଇଲି ଅଞ୍ଚଳକୁ ଯାଉଥିଲେ । ଏହି ସମୟରେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ର କିଛି ଅଂଶ କଟି ଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ସାଲେପୁର ପୋଲିସ ଓ ଅଗ୍ନିଶମ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମଙ୍ଗଳବାକ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି । ମୃତ ଚନ୍ଦନଙ୍କର ୨ ବର୍ଷର ଝିଅ ଥିବା ଜଣାପଡିଛି । ତାଙ୍କ ବିୟୋଗରେ ପୁରୁଷୋତ୍ତମପୁର ଗ୍ରାମ ସମେତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
You Can Read :
wp:embed {"url":"https://www.prameyanews7.com/mp-aparajita-sarangi-write-letter-to-cm-alleges-detained-by-some-people-for-2-hours/","type":"wp-embed","providerNameSlug":"prameya-news-7"} /wp:embed