କାମାକ୍ଷାନଗରରେ ବାଇକ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୨ ବାଇକ ଆରୋହୀଙ୍କ ମୃତ୍ୟୁ

Published By : Prameya-News7 Bureau | September 13, 2018 IST

କାମାକ୍ଷାନଗର ୧୩/୯ : ଗଣେଷ ପୂଜାରେ ଘଟିଛି ଅଘଟଣ । ବାଇକ ଧକ୍କାରେ ଚାଲିଗଲା ୨ଜଣ ସାଙ୍ଗଙ୍କ ଜୀବନ । ଗଣେଷ ପୂଜା ଉପଲକ୍ଷେ ଫଟୋ ଉଠାଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଛକ ନିକଟରେ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ବିଣାପାଣି ନାମକ ଯାତ୍ରା ପାର୍ଟିର ଟ୍ରକଟି କାମାକ୍ଷାନଗରରୁ କଙ୍କଡାହାଡ ଆଡକୁ ଯାଉଥିବାବେଳେ ବିପରିତ ଦିଗ କଙ୍କଡାହାଡ ଆଡୁ ବାଇକରେ କାମାକ୍ଷାନଗର ଫେରୁଥି୍ବା ବେଳେ ଭାଲୁମୁଣ୍ଡା ନିକଟରେ ମୁହାମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଟ୍ରକଟି ରାସ୍ତା ଉପରେ ଓଲଟି ପଡିଥିବା ବେଳେ ବାଇକ ଆରୋଇ ୨ଜଣ ଯାକ ଗୁରୁତର ହୋଇଥିଲେ । ସ୍ଥାନିୟ ଲୋକଙ୍କ ସହାୟତାରେ ୨ଗୁରୁତରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦ୍ବୟ ହେଲେ କାମାକ୍ଷାନଗରର ଓମ ୟସ ବର୍ଦ୍ଧନ ଜେନା ଓ ସୌମେସ ମୁଦୁଲି।ଦୁଇଜଣ ସାଙ୍ଗ ବୋଲି ଜଣାପଡିଛି । ଉଭୟଙ୍କ ବୟସ ୧୪ ବର୍ଷ । ଦୁହେଁ ଦଶମ ଶ୍ରେଣିର ଛାତ୍ର । ଟ୍ରକରେ ବସିଥିବା ୪ଜଣ ବ୍ୟକ୍ତି ଗୁରୁତର ଅବସ୍ଥାରେ ୧୦୮ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ସ୍ଥାନିୟ ଅଞ୍ଚଳରେ ଏକ ପ୍ରକାରର ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.