ବାଇକ-ଟ୍ରକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଜଣ ଗୁରୁତର
30/11/2020 at 10:45 PM

ଭଞ୍ଜନଗର୩୦/୧୧: ଭଞ୍ଜନଗର ନିକଟ ବାରୁଡା ଗ୍ରାମ ନିକଟରେ ବାଇକ -ଟ୍ରକ ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ଜଣେ ମୃତ,୨ଜଣ ଗୁରୁତର। ମୃତକ ହେଲେ ବାରୁଡା ଗ୍ରାମର ସମୀର ନାଇକ, ଗୁରୁତର ଆହତ ମାନେ ହେଲେ ଗୋଲାପଡା ଗ୍ରାମର ଯୋଗୀ ନାଇକ, ପିଣ୍ଟୁ ନାଇକ।
ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୋଟିଏ ବାଇକରେ ତିନିଜଣ ବସି ତିଳିସିଙ୍ଗି ଗ୍ରାମକୁ ଯାଉଥିବା ବେଳେ ସାମ୍ନା ପଟୁରୁ ଆସୁଥିବା ଟ୍ରକକୁ ଧକ୍କା ଦେଇଥିଲ। ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ଟ୍ରକକୁ ଜବତ କରି ତଦନ୍ତ କରୁଛି।
Related Posts
ପୂଜା ଭୋଗ ଖାଇ ୨୦ ଛାତ୍ରୀ ଅସୁସ୍ଥ, ଭୀମସାରରେ ଭର୍ତ୍ତି
28 January 2023