ବାଇକ୍‌ ଚୋରି ମାମଲା; ୩ ଜଣଙ୍କୁ ଗିରଫ କରି ଅଦାଲତ ଚଲାଣ କଲା ପୋଲିସ

Published By : Prameya-News7 Bureau | July 04, 2022 IST

ପୁରୁଷୋତ୍ତମପୁର ୦୪/୦୭: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ପୋଲିସ ଏକ ୩ ଜଣିଆ ଲୁଟେରା ଦଳକୁ ଧରିବାରେ ସକ୍ଷମ ହୋଇଛି। ଏନେଇ ସୋମବାର ଦିନ ଏକ ସାମ୍ୱାଦିକ ସମ୍ମିଳନୀରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି। ଗତ ଜୁନ ୩ ତାରିଖରେ କୋଳାସିଙ୍ଗ ଗାଁର ଦାଶରଥୀ ପାଣିଗ୍ରାହୀଙ୍କର ଏକ ହୋଣ୍ଡା ୟୁନିକର୍ଣ୍ଣ ବାଇକ୍‌ ଚୋରି ହୋଇଥିବାରୁ ସେ ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଥିଲେl

ଏତଲା ଅନୁସାରେ ଅଭିଯୋଗ ନମ୍ୱର ୩୦୦/୨୨, ଅନ୍ୟ ଚୋରି ଅଭିଯୋଗ ନମ୍ୱର ୩୦୯/୨୨ ଆଇପିସି - ୟୁଏସ ୩୭୯/ ୩୪ ଆଇପିସି ପ୍ରକାରେ ମାମଲା ରୁଜୁ କରି ଥାନାଧିକାରୀ ନିଜେ ଘଟଣାର ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ୨ଟି ପଲସର, ଗୋଟିଏ ଆପାଚି ଗୋଟିଏ ଗ୍ଲାମର ମୋଟର ସାଇକେଲକୁ ଜବତ କରିଛନ୍ତି। କବିସୂର୍ଯ୍ୟନଗର ଅଞ୍ଚଳ ନଇଁତଳ ସାହିର ଅମିତ ସ୍ୱାଇଁ, ପୁରୁଷୋତ୍ତମପୁର ଏନଏସି ଅଞ୍ଚଳର ଘନଶ୍ୟାମ ବେହେରା ପୁରୁଣା ଜଗନ୍ନାଥ ସାହି, ଗଡ଼ସାହିର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରିୟଶ ରଞ୍ଜନ ଛୋଟରାୟ ସୂଚନା ପ୍ରଦାନ କରିଛନ୍ତିl

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.