ସୋର ୨୭।୦୬ : ଫାଣ୍ଡି ହାଜତ ଭିତରେ ବାଇକ ଷ୍ଟାଣ୍ଡ। ବାଲେଶ୍ବର ଜିଲ୍ଲା ବାହାନଗା ଖନ୍ତାପଡା ଗୋପାଳପୁର ଫାଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ l ହାଜତ୍ ଭିତରେ ଅପରାଧୀ ରହିବା ବଦଳରେ ରହୁଛି ବାଇକ୍। ସତେ ଯେମିତି ଲାଗୁଛି ଫାଣ୍ଡି କମ ବାଇକ୍ ଷ୍ଟାଣ୍ଡ ଅଧିକ।
wp:html /wp:htmlହାଜତରେ ବାଇକ୍ ରହୁଥିବା ବେଳେ ଆସାମୀଙ୍କୁ ହାଜତ ବାହାରେ ବସାଯାଉଛି । ବର୍ଷାରେ ଗାଡି ଓଦା ହେଇଯିବା ସହ ଫାଣ୍ଡିରେ ପାଚେରି ନଥିବାରୁ ଚୋର ଭୟରେ ଗାଡି ଗୁଡିକୁ ଫାଣ୍ଡି ହାଜତ ଭିତରେ ରଖାଯାଉଥିବା ପୋଲିସ ବାବୁ କହୁଛନ୍ତି । ଫାଣ୍ଡିରେ ଜବତ ଗାଡି ରଖାଯିବାର ବ୍ୟବସ୍ଥା ନଥିବାରୁ ଜବତ ଗାଡି ଗୁଡିକୁ ଫାଣ୍ଡି ହାଜତ ଭିତରେ ରଖାଯାଉଛି । ଖାଲି ଜବତ ଗାଡି ହାଜତ ଭିତରେ ରଖାଯାଉଛି ଯେ ତାହା ନୁହେଁ ଫାଣ୍ଡି ଵାବୁମାନଙ୍କ ଗାଡିଠାରୁ ଆରମ୍ଭ କରି କନେଷ୍ଟବଳ ପର୍ଯ୍ୟନ୍ତ ସମସ୍ତଙ୍କ ଗାଡି ଗୁଡିକୁ ଫାଣ୍ଡି ଘର ଭିତରେ ରଖାଯାଉଥିବା ଦେଖିବାକୁ ମିଳିଛି।