ବାଇକ୍ ସାଇଡ୍ ମରାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ : ଗାଁରେ ବୁଲିଲା ଖଣ୍ଡା ଓ ଭୁଜାଲି, ୫ ଗୁରୁତର

Published By : Prameya-News7 Bureau | June 19, 2021 IST

ଚାନ୍ଦବାଲି, ୧୯/୦୬ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁରରେ ମୋଟର୍  ସାଇକେଲ ସାଇଡ୍ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ ।  ଗାଁରେ ବୁଲିଲା ଖଣ୍ଡା ,ଭୁଜାଲି ଓ ଲାଠି । ଏହାସହ ୫ ଜଣ ଗୁରୁତର ହୋଇଛନ୍ତି ।

 ଏହି ଗୋଷ୍ଠୀ ସଂଘର୍ଷ ଏତେ ଉଗ୍ର ରୂପ ଧାରଣ କଲା ଯେ ଏଥିରେ ୪ ଖଣ୍ଡ ଗାଁ ମିଳିତ ହୋଇ ପ୍ରତିପକ୍ଷ ଉପରେ ଆକ୍ରମଣ କରିଥିଲେ । ମାଡ଼ ଖାଇ ଗୁରୁତର ହୋଇଥିବା ଯୁବକମାନେ ମାଧପୁର ପଞ୍ଚାୟତ କୃଷ୍ଣପୁର ଗାଁ  ଓ ଭଇଁବୃତି ପଞ୍ଚାୟତର ଗରିପୁର ଗାଁର ଅଟନ୍ତି। ଏହି ସଂଘର୍ଷରେ ମାଧପୁର ପଞ୍ଚାୟତର କରାଣ୍ଡିମାଳ ଓ ରାମଶ୍ବରପୁର ଗାଁ ଲୋକମାନେ ଏକଜୁଟ ହୋଇ ଆକ୍ରମଣ କରିଥିଲେ ।

ଗୁରୁତର ହୋଇଥିବା ୫ଜଣଙ୍କୁ ପ୍ରଥମେ ଚାନ୍ଦବାଲି ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା  । ସ୍ଥିତି ନିୟନ୍ତ୍ରଣ ପାଇଁ  ଗାଁରେ ପୋଲିସ ମୁତୟନ ହେବା ସହ ଲୋକଙ୍କୁ ବୁଝାସୁଝା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.