ନଦୀଖଣ୍ଡି ସାହି ନିକଟ ବ୍ରିଜ୍ରେ ଅଘଟଣ, ବାଇକ୍ ସହ ଭାସିଗଲେ ଆରୋହୀ
24/08/2022 at 11:05 PM

କନ୍ଧମାଳ, ୨୪/୦୮: ବାଇକ୍ ସହ ଭାସିଗଲେ ଆରୋହୀ । ଫୁଲବାଣୀ ନଦୀଖଣ୍ଡି ସାହି ନିକଟ ବ୍ରିଜ୍ରେ ଏପରି ଏକ ଅଘଟଣ ଘଟିଛି । ବ୍ରିଜ୍ ପାରି ହେଉଥିବା ବେଳେ ଭାସିଯାଇଥିବା ଜଣାପଡ଼ିଛି । ନିଖୋଜ ବାଇକ୍ ଆରୋହୀଙ୍କ ପରିଚୟ ମିଳିପାରି ନାହିଁ । ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023