ଯାତ୍ରୀବାହୀ ବସ୍ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, ଲୋକଙ୍କ ଧମକ କ୍ଷତି ପୂରଣ ନମିଳିବା ପର୍ଯ୍ୟନ୍ତ...

Published By : Prameya-News7 Bureau | January 08, 2023 IST

ମାଲକାନଗିରି: ମାଲକାନଗରି ଜିଲ୍ଲା କାଲିମେଳାରୁ ଭୁବନେଶ୍ୱର ଯାଉଥିବା ରିଲାଏନ୍ସ ଟ୍ରାଭେଲସ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ବାଇକ୍ ଚାଳକଙ୍କ ଉପରେ ଚଢିଯାଇଛି । ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତୁ ହୋଇଛି । ମୃତକ ହେଉଛନ୍ତି ସୋଡ଼ି ପଦିଆ। ତାଙ୍କ ଘର ପଡିଆ ବ୍ଲକର ସଙ୍ଗେଲ ଗ୍ରାମରେ ବୋଲି ଜଣାପଡିଛି ।

ଏମଭି ୧୯ ଗାଁରେ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ମାଲକାନଗିରି ଆଦର୍ଶ ଥାନା ପୋଲିସ ସେଠାରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝ ସୁଝା କରୁଛି। ହେଲେ କ୍ଷତି ପୂରଣ ନମିଳିବା ପର୍ଯ୍ୟନ୍ତ ବସ ଯାଇପାରିବ ନାହିଁ ବୋଲି ସ୍ଥାନୀୟ ଲୋକେ ଧମକ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.