ବାଇକ୍ ଚୋରି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ : ୨୦ଟି ବାଇକ୍ ଜବତ, ୧୫ ଗିରଫ

Published By : Prameya-News7 Bureau | August 13, 2021 IST

ସମ୍ବଲପୁର ୧୩।୮: ସମ୍ବଲପୁର ପୋଲିସ ଦ୍ବାରା ବଡ ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ | ଏକାଥରରେ ଜବତ ହେଲା ୨୦ଟି ବାଇକ ଓ ଗୋଟିଏ ବୋଲେରୋ ଗାଡ଼ି । ପୋଲିସ ୧୫ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ୩ ଜଣ ନାବଳକ ରହିଛନ୍ତି । ୧୫ ଜଣଙ୍କ ମଧ୍ୟରେ ୨ ଜଣ କ୍ରେତା ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଏମାନେ ବାଇକ୍ ଚୋରି କରୁଥିଲେ । ତେବେ ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ଥାନା ଅଞ୍ଚଳରେ ଚଢାଉ କରାଯାଇଥିଲା । ତେବେ ଯୁଯୁମୁରା, ଚାରମାଲ, ରେଢାଖୋଲ, ବୌଦ୍ଧ, ରେଙ୍ଗାଲୀ ଓ ସମ୍ବଲପୁର ଅଞ୍ଚଳରୁ ଏହିସବୁ ୨୦ଟି ବାଇକ୍ ଓ ବୋଲେରୋ ଚୋରି କରିଥିଲେ ଚୋର । ଏଥିରେ ଧନୁପାଲୀ ଥାନାରୁ ସର୍ବାଧିକ ୧୦ଟି ବାଇକ୍, ରେଙ୍ଗାଲୀ ଥାନା ଅଞ୍ଚଳରୁ ଗୋଟିଏ ବୋଲେରୋ ଓ ୫ଟି ବାଇକ୍, ଟାଉନଥାନା ଅଞ୍ଚଳରୁ ୫ଟି ବାଇକ୍ ରହିଛି । ଏମାନେ ବାଇକକୁ ଚୋରି କଲା ପରେ ଚେଚିସ ଓ ନମ୍ବର ପ୍ଲେଟ୍ ବଦଳାଇ ଦେଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.