ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
31/03/2023 at 9:05 AM

ନୟାଗଡ ୩୦/୩: ନୟାଗଡ ଓଡଗାଁରେ ଅଭାବନୀୟ ଘଟଣା । ରାମନବମୀ ଯାତ୍ରା ଦେଖି ଫେରୁଥିବାବେଳେ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ଥିବା ବରଗଛରେ ପିଟିହେଲା ବାଇକ୍ । ଫଳରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ।
ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କ ପଞ୍ଚାୟତ ମହେଶ୍ୱରପୁର ଗ୍ରାମ ସ୍କୁଲ ସାହିର ମାଧବ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ନାୟକ ଓଡ଼ଗାଁକୁ ଘରୁ ରାତି ୮ଟାରେ ବାହାରି ଶ୍ରୀରାମ ନବମୀ ଯାତ୍ରା ଦେଖିବା ପାଇଁ ଆସିଥିଲେ । ଯାତ୍ରା ଦେଖି ବିଳମ୍ବିତ ରାତିରେ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ପଥରା ବୃଦ୍ଧାଶ୍ରମ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାଶ୍ୱରେ ଥିବା ଏକ ବରଗଛକୁ ଧକ୍କା ଦେଇଥିଲେ ।
ସ୍ଥାନୀୟ ଲୋକେ ଉଦ୍ଧାର କରି ୩ ଗୁରୁତରଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ସୂର୍ଯ୍ୟକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ରାଜେଶ ଓ ମାଧବଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।