ବାଇକ୍କୁ ଧକ୍କା ଦେଲା ପିକଅପ୍ ଭ୍ୟାନ, ୨ ମୃତ
15/08/2020 at 3:57 PM

ଜଗତସିଂପୁର, ୧୫|୦୮: ଜଗତସିଂପୁର ଜିଲ୍ଲା ବାଲିକୁଦା ଥାନା ନାରଦିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨ଜଣ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି ।
ସୂଚନାନୁସାରେ, ବାଲିକୁଦା ନାରଦିଆ ଛକରେ ଏକ ବାଇକକୁ ଗୋଟିଏ ପିକଅପ୍ ଭ୍ୟାନ୍ ଧକ୍କା ଦେଇଛି । ଏଥିରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି । ଦୁଇ ମୃତକ ହେଲେ ଗୋଡ଼ା ମଠସାହି ଗାଁ ପୁଷ୍ପକ କାଣ୍ଡି ଓ ନକୁଳ କାଣ୍ଡି । ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022