ଆସିକା: ସଡ଼କ ଦୁର୍ଘଟଣାରେ ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଆସିକା ଥାନା ଅନ୍ତର୍ଗତ ପାଟଳିଗୁଡ଼ା ନିକଟରେ। ମୃତ ମହିଳା ଜଣକ ହେଲେ ଭଞ୍ଜନଗରର ରିତା କୁମାରୀ ମହାପାତ୍ର।
ସୂଚନା ଅନୁଯାୟୀ, ରିତା ତାଙ୍କ ସ୍ୱାମୀ ପଦ୍ମ ତ୍ରିପାଠୀ ଏବଂ ଝିଅ ସହ ବ୍ରହ୍ମପୁରରୁ ଭଞ୍ଜନଗର ଫେରୁଥିଲେ। ହେଲେ ପାଟଳିଗୁଡ଼ା ନିକଟରେ ବ୍ରହ୍ମପୁର ପଟୁ ଆସିକା ଅଭିମୁଖେ ଯାଉଥିବା ଏକ ଟ୍ରକକୁ ରିତାଙ୍କ ସ୍ୱାମୀ ଓଭେରଟେକ କରୁଥିବା ସମୟରେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ।
ଆହୁରି ପଢ଼ନ୍ତୁ: କେନାଲକୁ ଖସିଲା କାର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଆଉ ରିତା ଟ୍ରକର ପଛ ଚକା ତଳେ ଚାପି ହୋଇଯାଇଥିଲେ। ଯେଉଁଥିରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏଥିରେ ରିତାଙ୍କ ସ୍ବାମୀ ଏବଂ ଝିଅ ମଧ୍ୟ ତଳେ ପଡ଼ି ଆହତ ହୋଇଛନ୍ତି। ସେପଟେ ଖବର ପାଇଁ ଘଟଣା ସ୍ଥଳରେ ଆସିକା ପୋଲିସ ପହଁଞ୍ଚି ଶବ ଜବତ କରିବା ସହ ଟ୍ରକକୁ ଅଟକ ରଖି ଅଧିକ ତଦନ୍ତ କରୁଛି ।