ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ

Published By : Prameya-News7 Bureau | October 19, 2020 IST

କଣ୍ଟାବାଞ୍ଜି ୧୯।୧୦: କଣ୍ଟାବାଞ୍ଜି ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ । ୭ ଟି ମୋଟର ସାଇକେଲ ଜବତ କରିବା ସହ ୩ ଜଣ ଚୋରକୁ ଗିରଫ କରିଛି ପୋଲିସ । ଏମାନେ ଦୀର୍ଘ ଦିନ ହେଲା କଣ୍ଟାବାଞ୍ଜି ଥାନା ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରେ ମୋଟର ସାଇକେଲ ଚୋରି କରୁଥିଲେ ।

ପୋଲିସ ଗିରଫ କରିଥିବା ଚୋର ମାନେ ହେଲେ ରାମୁଡ ଗାଁର ଶିବ ପ୍ରଧାନ, କୁକୁଡ଼ାହାଡ଼ର ପ୍ରଭାତ ବେହେରା, ହୀରାଲାଲ ପୁଟେଲ । ଏହି ଚୋରିରେ ସାମିଲ ଥିବା ସୁରଥ ପୁଟେଲଙ୍କୁ ପୋଲିସ ଅନ୍ୟ ଏକ ଚୋରି ମାମଲାରେ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି । ଏନେଇ କଣ୍ଟାବାଞ୍ଜି ଥାନା ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଗଠନ ହୋଇଥିଲା ସ୍ବତନ୍ତ୍ର ଟିମ୍ । ଏହି ଟିମ୍ ଚଢାଉ କରି ଚୋର ଦଳକୁ ଧରିଛି । କଣ୍ଟାବାଞ୍ଜି ଥାନା ଅଞ୍ଚଳରୁ ୨ଟି, ମୁରିବାହାଲ ଥାନା ଅଞ୍ଚଳରୁ ୨ଟି, ତୁରେକେଲା ଥାନା ଅଞ୍ଚଳରୁ ଗୋଟିଏ, ବେଳପଡା ଥାନା ଅଞ୍ଚଳରୁ ଗୋଟିଏ ମୋଟର ସାଇକେଲ ଚୋରି ନେଇ ଅଭିଯୋଗ ହୋଇଥିଲା । ଜବତ ହୋଇଥିବା ଅନ୍ୟ ଏକ ମୋଟର ସାଇକେଲ ଛତିଶଗଡ ଅଞ୍ଚଳର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.