୨୪ଟି ବାଇକ ସହ ଲୁଟେରାକୁ ବାନ୍ଧିଲା କମିଶନରେଟ୍ ପୋଲିସ,ଡବଲ ଲକ୍ ନଥିବା ଗାଡିକୁ କରୁଥିଲା ଟାର୍ଗେଟ

Published By : Prameya-News7 Bureau | June 07, 2024 IST

ଭୁବନେଶ୍ବର ୭/୬: ଦିନରେ ପୂଜକ ହୋଇ ଗାଡି ପୂଜା କରୁଥିଲା ଆଉ ସୁଯୋଗ ଦେଖି ଲୁଟୁଥିଲା । ଏମିତି ଜଣେ ନକଲି ପୂଜକ ତଥା ବାଇକ ଲୁଟେରାକୁ ବାନ୍ଧିଛି କମିଶନରେଟ୍ ଥାନା ପୋଲିସ । ଗିରଫ ଚୋର କୃପାସିନ୍ଧୁ ମହାପାତ୍ର । ତା ନିକଟରୁ ୨୪ଟି ବାଇକ ଜବତ କରାଯାଇଛି । ପ୍ରତିଦିନ ସକାଳ ହେଲେ କୃପାସିନ୍ଧୁ  ଘରୁ ବାହାରିଯାଏ । ବିଭିନ୍ନ ରାସ୍ତା,ହସ୍‌ପିଟାଲ ଓ ମଲ୍‌ ସାମ୍ନାରେ ଥିବା ଗାଡିରେ ବୁଲି ବୁଲି ଫୁଲ ଚନ୍ଦନ ଲଗାଏ । କିନ୍ତୁ ତାର ପ୍ରକୃତ ନଜର ଥାଏ ବାଇକ ଷ୍ଟାଣ୍ଡ ଉପରେ । କେହି ନଥିବାର ସୁଯୋଗ ନେଇ ଯେଉଁ ବାଇକର ଡବଲ ଲକ୍‌ ନଥାଏ ସେହି ବାଇକକୁ ନକଲି ଚାବି ସାହାଯ୍ୟରେ ଖୋଲି ନେଇଯାଇଥାଏ ।

ଧରାପଡିବା ଭୟରେ କିଛି ଦିନ ପାଇଁ ବାଇକ ଲୁଚେଇ ରଖେ । ପରେ ଲୋକଙ୍କୁ ମିଛ ସତ କହି ଶାଗ ମାଛ ଦରରେ ବାଇକ ବିକ୍ରି କରି ଦିଏ । ଅଭିଯୁକ୍ତ କୃପାସିନ୍ଧୁ କିପରି ବାଇକ ଚୋରି କରୁଥିଲା ତାର ସିସିଟିଭି ଫୁଟେଜ ମଧ୍ୟ ପୋଲିସ ପକ୍ଷରୁ ଜାରି କରାଯାଇଛି । ଏଭଳି ବାଇକ ଚୋରିର ପର୍ଦ୍ଦାଫାଶ ପରେ ରାଜଧାନୀର ବିଭିନ୍ନ ସ୍ଥାନରେ ବାଇକ ପାର୍କିଂ କରୁଥିବା ମାଲିକ ମାନଙ୍କୁ ସଜାଗ କରିଛନ୍ତି ପୋଲିସ କମିଶନର । ନିଜ ନିଜର ବାଇକକୁ ଡବଲ ଲକ୍‌ ପାଇବାକୁ ନିବେଦନ କରାଯାଇଛି ।

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.