Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ବାଇକକୁ ପଛପଟୁ ପିଟିଲା ପିକଅପ୍, ଦୁଇ ସମ୍ପର୍କୀୟ ଭାଇ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

19/02/2023 at 6:27 PM

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡ଼ା ବ୍ରିଜ ନିକଟରେ ପିକଅପ୍ ଓ ବାଇକ ଧକ୍କା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ବୁଲୁ ବେନିଆ(୩୭) ଓ ମନୋଜ ବେନିଆ(୨୫) । ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ଗେଟିପଡ଼ା ଛକ ନିକଟରେ ରାସ୍ତାରୋକ କରିଛନ୍ତି ।

ଘଟଣା ଅନୁସାରେ, କୋଲନରା ବ୍ଲକ ଅନ୍ତର୍ଗତ ରାମପୁର ଗ୍ରାମର ବୁଲୁ ଓ ମନୋଜ ନିଜ ବାଇକ ନଂ ଓଡ଼ି୧୮କେ୫୫୭୨ରେ ରାୟଗଡ଼ାରୁ ଘରକୁ ଫେରୁଥିବା ସମୟରେ ଗେଟିପଡ଼ା ବ୍ରିଜ ନିକଟରେ ପଛପଟୁ ଆସୁଥିବା ଏକ ମ୍ୟାକ୍ସ ପିକଅପ୍ ଗାଡ଼ି ନଂ ଓଡି୧୮ଜି୦୭୫୫ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବୁଲୁ ଓ ମନୋଜ ମୃତ୍ୟୁବରଣ କରିଥିଲେ । ମୃତକ ଦୁଇଜଣ ଭାଇ ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟିବା ପରେ ଗାଡ଼ି ଚାଳକ କର୍ଲାକଣା ଠାରେ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି ।

ତେବେ ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ଗେଟିପଡ଼ା ଛକ ନିକଟରେ ରାସ୍ତାରୋକ କରିଛନ୍ତି । ମୃତକଙ୍କ କ୍ଷତିପୂରଣ ଦାବି ପୂରଣ ନହେବା ଯାଏଁ ରାସ୍ତାରୋକ ଜାରି ରହିବ ବୋଲି ଉତ୍ୟକ୍ତ ଲୋକେ ପ୍ରକାଶ କରିଛନ୍ତି । ତେବେ ଚାନ୍ଦିଲି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହିତ ଉତ୍ୟକ୍ତ ଜନତାଙ୍କୁ ରାସ୍ତାରୋକରୁ ହଟିବା ବୁଝାସୁଝା କରୁଥିବା ସୂଚନା ମିଳିଛି ।

   Related Posts