ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍କୁ ଧକ୍କା ଦେଲା ଗ୍ୟାସ୍ ଟେଙ୍କର, ୩ ମୃତ
8/01/2023 at 5:27 PM

ଧର୍ମଗଡ: କଳାହାଣ୍ଡି ଜିଲ୍ଲାର କେସିଙ୍ଗା ନିକଟରେ ରବିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କ୍ରିକେଟ୍ ମ୍ୟାଚ୍ ଖେଳି ହସଖୁସିରେ ଘରକୁ ଫେରୁଥିଲେ। ହେଲେ ଗ୍ୟାସ୍ ଟେଙ୍କର ଚାପାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। କେସିଙ୍ଗା ଜାତୀୟ ରାଜପଥ ୨୬ ପାଷ୍ଟିକୁଡ଼ିଠାରେ ଗ୍ୟାସ ଟେଙ୍କର ବାଇକ ମୁହାଁମୁହିଁ ଧକ୍କା ହେବାରୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାସ୍ଥଳରେ ହିଁ ୩ ଯୁବକଙ୍କ ମୃତ୍ୟୁ ଘଟିଛି।
ମୃତକମାନେ ସ୍ଥାନୀୟ ରକବାହାଲି ଗାଁର ଅକ୍ଷ ଗୌଡ଼ ,ଟୁଟୁ ଗୌଡ଼,ରଘୁ ଗୌଡ଼। ତିନି ଯୁବକ ଉତ୍କେଲାରୁ କ୍ରିକେଟ୍ ମ୍ୟାଚ୍ ଖେଳି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ୨୬ଅବରୋଧ କରିବାରୁ କେସିଙ୍ଗା-ଭବାନୀପାଟଣା ଯାତାୟାତ ଠପ୍ ରହିଛି।
Related Posts
ହଷ୍ଟେଲ୍ରୁ ଉଦ୍ଧାର ହେଲା +୨ ବିଜ୍ଞାନ ଛାତ୍ରୀଙ୍କ ମୃତଦେହ
2 February 2023