ହାଇୱା ଓ ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | March 25, 2019 IST

ଜଗତସିଂହପୁର ୨୫/୩ : ଜଗତସିଂହପୁର ଜିଲ୍ଲା ଯୋଗଧାରି ଛକ ଠାରେ ହାଇୱା ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକା ହେବା ଫଳରେ ବାଇକ ଆରୋହି ଜଣକର ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକବାଲିକୁଦା ଥାନା ରେରତଙ୍ଗ ଗାଁର ଦିପୁ ଓରଫ ସୂର୍ଯ୍ୟକାନ୍ତ ଶତପଥି । ଗୁରୁତର ବାଲିକୁଦା ଥାନା ଅଳାଭର ଗ୍ରାମର ମୁନା ଦାସ । ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ୨ ଯୁବକ ବାଲିକୁଦାରୁ ଏକ ବାଇକରେ କଟକ ଅଭିମୁଖେ ଯାଉଥିବା ବେଳେ ଯୋଗଧାରି ଠାରେ ହାଇୱା ସହିତ ମୁହାଁମୁହିଁ ଧକ୍କା ହୋଇଥିବା ଜଣାଯାଇଛି । ସକାଳୁ ଘନ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.