ରାସ୍ତା ଉପରେ ଆଇନ୍ଜୀବୀଙ୍କ ବାଇକ୍ରେ ନିଆଁ ଲଗାଇଦେଲେ ଯୁବକ, କାରଣ ଅସ୍ପଷ୍ଟ
21/08/2022 at 6:26 PM

ସାନଖେମୁଣ୍ଡି, ୨୧/୦୮: ଗଞ୍ଜାମ ଜିଲ୍ଲା ଆସିକା ହରର ବଜାର ସାହିର ମୁଖ୍ୟ ସଡକ ଉପରେ ବାଇକ୍ରେ ନିଆଁ ଲଗାଇଲେ ଯୁବକ । ଜଣେ ଯୁବକ ଆଇନଜୀବୀଙ୍କ ମୋଟରସାଇକେଲରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ଯୁବକ ଜଣକ ମୋଟରସାଇକେଲରେ ନିଆଁ ଲଗାଇ ଦେଇ ଫେରାର ହୋଇଯାଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି । ଉକ୍ତ ଆଇନଜୀବୀ ଜଣକ ଆସିକା ଥାନାରେ ଏନେଇ ଏତଲା ଦେଇଥିବା ବେଳେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲା । ତେବେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।