ଗଛରେ ପିଟି ହେଲା ବାଇକ୍‌, ୩ ମୃତ, ଜଣେ ଗୁରୁତର

Published By : Prameya-News7 Bureau | December 10, 2020 IST

ମାଲକାନଗିରି ୧୦/୧୨: ମାଲକାନଗିରି ଏମଭି- ୧୬ ନମ୍ବର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗଛକୁ ପିଟିଛି ବାଇକ୍‌ । ବାଇକ୍‌ରେ ଥିବା ଆରୋହୀଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି।  ଏହାସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଗୁରୁତରଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।  

ତେବେ ବାଇକ୍‌ରେ ଦୁଇ ଯୁବତୀଙ୍କ ସମେତ ୪ ଜଣ ଯାଉଥିବା ବେଳେ ନିୟନ୍ତ୍ରଣ ବିଗିଡ଼ିଯିବାରୁ ବାଇକ୍‌ଟି ଗଛରେ ପିଟି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.