ଶେରଗଡ଼୧୭/୮: ଶେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁପଞ୍ଚୟତ ପୁନାନ୍ଦ ଛକ କଂସା ନାଳ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଛି। ଯାହାଫଳରେ ସେହି ବ୍ୟକ୍ତି ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ବସିଥିଲେ। ଗୁରୁତର ବ୍ୟକ୍ତି ନାଁ ମନୋଜ ନାୟକ, ତାଙ୍କ ବୟସ ୪୩ ବର୍ଷ। ପରବର୍ତ୍ତୀ ସମୟରେ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। କିନ୍ତୁ ଆମ୍ବୁଲାନ୍ସ ଠିକ ସମୟରେ ନ ଆସିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ୟକ୍ତି ଜଣଙ୍କ ମୃତ୍ୟୁ ପରେ ଆମ୍ବୁଲାନ୍ସ ଆସି ପହଁଞ୍ଚିଥିଲା। ୨୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଆମ୍ବୁଲାନ୍ସଟିକୁ ଅଟକାଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ,...
![Mamata_mohan](https://api-news7.prameyanews7.com/prameya/document/compress/2/comp_2_175_1722072771347.webp)