ଗଛକୁ ଧକ୍କା ଦେଲା ବାଇକ୍; ଚାଳକ ମୃତ
29/05/2023 at 8:12 PM

ଆନନ୍ଦପୁର ୨୯/୦୫: ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବିଜୟ ନାୟକ। ସେ ଘଷିପୁରା ଥାନା ବିରଗୋବିନ୍ଦପୁର ଗାଁର ବାସିନ୍ଦା ବୋଲି ଜଣାପଡିଛି। ବିଜୟ ସୋମବାର ନିଜ ମାମୁଁ ଘର ନୂଆପଡ଼ାରୁ ବାଇକ୍ରେ ଘରକୁ ଫେରୁଥିଲେ।

କନ୍ତୋ-ନୂଆପଡ଼ା ରାସ୍ତାର ରାମବନ୍ଧ ପାଖରେ ହଠାତ୍ ବାଇକ୍ ଆଗକୁ ଏକ ଗାଈ ଦୌଡ଼ି ଆସିବାରୁ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି।
ଏହା ମଧ୍ୟ ପଢ଼ନ୍ତୁ:~ମହୀଶୂରରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା
Related Posts
ରେଳ ଲାଇନ୍ରେ ଖସିଲା ମାଟି ଅତଡା, ୩ ଦିନ ହେଲା ରେଳ ଚଳାଚଳ ବାଧାପ୍ରାପ୍ତ
26 September 2023
ଭାଇ-ଭଉଣୀ କରୁଥିଲେ ବ୍ରାଉନସୁଗାର କାରବାର, ମାଡିବସିଲା ଅବକାରୀ ବିଭାଗ
26 September 2023