ବାଇକ୍ ଚୋରି ରାକେଟ୍‌ ଠାବ, ୨ ଗିରଫ, ୧୫ ବାଇକ୍‌ ଜବତ

Published By : Prameya-News7 Bureau | August 14, 2022 IST

ଯାଜପୁର ୧୪/୮: ଯାଜପୁର ଜିଲ୍ଲା ବ୍ୟାସନଗର ସହରାଞ୍ଚଳରୁ ଯାଜପୁର ରୋଡ଼ ପୋଲିସ ବାଇକ୍ ଚୋରି ରାକେଟ ଠାବ କରିବାରେ ସକ୍ଷମ ହୋଇଛି। ବାଇକ୍ ଚୋରିରେ ସଂପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୫ ଟି ଚୋରା ବାଇକ୍ ଓ କିଛି ନକଲି ବାଇକ୍ ଚାବି ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଜେନାପୁର ଥାନା ମର୍ଜିତାପୁର ଅଞ୍ଚଳର ଶୁଶାନ୍ତ ପ୍ରଧାନ ଓ ସୁକିନ୍ଦା ଥାନା ହରିପୁର ଅଞ୍ଚଳର ପ୍ରକାଶ ଭୁୟାଁ ବୋଲି ଜଣାପଡିଛି । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାନଭିନ୍ ଚଳାଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।

ସୂଚନା ମୁତାବକ ଗତ କିଛିଦିନ ତଳେ ବ୍ୟାସନଗର ସହରର ଡ଼ାକବଙ୍ଗଳା ଛକରୁ ଏକ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତ ସମୟରେ ଏଥିରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଏଥିସହିତ ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା ଏବଂ ବିକ୍ରି କରିଥିବା ୧୫ଟି ବାଇକ୍ ଓ କିଛି ନକଲି ବାଇକ୍ ଚାବି ପୋଲିସ ଜବତ କରିଥିଲା। ଗିରଫ ଏହି ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଥିବା ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.