oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ବଲଣ୍ଡା ଘାଟିରେ ଜଳିଗଲା ବାଇକ୍‌, ଅଳ୍ପକେ ବର୍ତ୍ତିଗଲେ ଚାଳକ

26/04/2022 at 5:21 PM

ଦେବଗଡ଼, ୨୬/୦୪: ମଙ୍ଗଳବାର ପୂର୍ବାହ୍ନ ସମୟରେ ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ୧୦ ନମ୍ୱର ରାଜ୍ୟ ରାଜପଥର ବଲଣ୍ଡା ଘାଟି ରାସ୍ତାରେ ଏକ ବାଇକ୍‌ ଜଳି ଯାଇଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା ଜାମଡିହି ଗ୍ରାମର ଗୋପବନ୍ଧୁ ଓରାମ ନାମକ ଜଣେ ବ୍ୟକ୍ତି ଏକ ହୋଣ୍ଡା ୟୁନିକର୍ଣ୍ଣ ମଟର ସାଇକେଲ ନଂ OR14Q2193 ଯୋଗେ ଲହୁଣୀପଡା ପଟୁ ବାହାଡାପୋଷି ଅଭିମୁଖେ ଆସୁଥିଲେ ।

ବାହାଡାପୋଷୀ ଠାରୁ ଅଳ୍ପ ଦୂରରେ ବଲଣ୍ଡା ଘାଟି ରାସ୍ତାରେ ମଟରସାଇକଲ ଆରୋହୀ ଜଣକ ପରିସ୍ରା କରିବା ପାଇଁ ରାସ୍ତା କଡ଼ରେ ଗାଡ଼ିକୁ ଛିଡା କରିଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା । ମଟର ସାଇକେଲ ଆରୋହୀ ଜଣକ ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ଲିଭିନଥିଲା। ଏନେଇ ବାରକୋଟ ଅଗ୍ନିଶମ ବାହିନୀ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ମଟରସାଇକଲକୁ ଲିଭାଇଥିବା ବେଳେ ସେତେବେଳକୁ ଏହା ସମ୍ପୂର୍ଣ୍ଣରୂପେ ଜଳି ସାରିଥିଲା । ପ୍ରବଳ ଖରା ଯୋଗୁଁ ଗରମ ହୋଇ କିମ୍ବା ସର୍ଟ ସର୍କିଟ ଯୋଗୁଁ ମଟରସାଇକଲରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। । ଏହି ନିଆଁ ଲାଗିବା ସମୟରେ ମଟରସାଇକଲ ଆରୋହୀ ଜଣକ ଦୂରରେ ଥିବା କାରଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।

   Related Posts