ବାଇକ୍ ଉପରେ ମାଡିଗଲା ଟିପ୍ପର, ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ

Published By : Prameya-News7 Bureau | January 06, 2021 IST

ଢ଼େଙ୍କାନାଳ୬/୧: ଢେଙ୍କାନାଳ ମୋଟଙ୍ଗା ଥାନା ହଳଦିଆବାହାଳ ନିକଟରେ ବାଇକ ଉପରେ ମାଡିଗଲା ଟିପ୍ପର। ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ। ୫୫ନମ୍ବର ଜାତୀୟ ରାଜପଥର ମୋଟଙ୍ଗା ଥାନା ଅନ୍ତର୍ଗତ ହଳଦିଆ ବାହାଳ ଛକରେ ଏଭଳି ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ବାଇକ ଆରୋହିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ନିମବାହାଳି ନିକଟରେ ଥିବା ମଦ ଭାଟିର କର୍ମଚାରୀ ବୋଲି ଜଣାପଡିଛି। ତାଙ୍କ ନାମ ଭଜମନ ବାଭର୍ତି ଓ ତାଙ୍କ ଘର ଟିଟିଲାଗଡ଼ରେ। ଖବର ପାଇ ମୋଟଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା  ଟିପ୍ପରକୁ ଜବତ କରିବା ସହ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.