ଗଜପତିରେ ବାଇକ୍ ଓ ଟାଟା ସୁମୋ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ
29/10/2018 at 7:08 PM

ଗଜପତି ୨୯/୧୦: ଗଜପତି ଜିଲ୍ଲା ରାଜପୁର ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବାଇକ୍ ଓ ଟାଟା ସୁମୋ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ୩ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନଙ୍କର ପରିଚୟ ମିଳିନାହିଁ। ଦୁର୍ଘଟଣାଗ୍ରସ୍ତ ଟାଟା ସୁମୋର ଡ୍ରାଇଭର ଘଟଣାସ୍ତଳଳରୁ ଫେରାର ହୋଇଯାଇଛି। ଦୁର୍ଘଟଣା ପରେ ପଲସର ମୋଟରସାଇକେଲରୁ ପେଟ୍ରୋଲ୍ ଲିକ୍ ହୋଇ ପଲସରଟି ସମ୍ପୂର୍ଣ୍ଣ ଜଳିଯାଇଛି। ଦୁର୍ଘଟଣାରେ ମୃତ୍ୟୁହୋଇଥିବା ୩ଜଣ ବାଇକ୍ ଆରୋହୀ ମଧ୍ୟ ଜଳିଯାଇଛନ୍ତି। ଦୁର୍ଘଟଣା ସନ୍ଧ୍ୟା ୫ଟା ୩୦ବେଳକୁ ଘଟିଥିବା କୁହାଯାଉଛି। ତେବେ ଦୁର୍ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ଦୁର୍ଘଟଣା କେମିତି ଘଟିଲା ତାହା ଜଣାପଡ଼ିନାହିଁ। ଦୁର୍ଘଟଣାର ୧୫ମିନିଟ୍ ପରେ ଅଗ୍ନିଶମବାହିନୀ ଆସି ନିଆଁ ଲିଭାଇଛି।