ପୋଲ ମଝିରେ କାର ସହ ଧକ୍କା ହେଲା ବୁଲେଟ୍‌, ନଦୀକୁ ଖସି ପ୍ରାଣ ହରାଇଲେ ବାଇକ ଚାଳକ

Published By : Prameya-News7 Bureau | December 07, 2022 IST

ବୈପାରିଗୁଡ଼ା, ୦୭/୧୨: ପୋଲ ମଝିରେ ମର୍ମନ୍ତୁଦ ଦୁର୍ଘଟଣା । କାର ସହ ବୁଲେଟ ଧକ୍କାରେ ନଦୀକୁ ଖସି ପ୍ରାଣ ହରାଇଲେ ବାଇକ୍‌ ଚାଳକ । ଏହିପରି ଏକ ଅଭାବନୀୟ ଘଟଣା ୩୨୬ ନମ୍ବର ଜାତୀୟ ରାଜପଥ ବୈପାରୀଗୁଡା ଥାନା ଅନ୍ତର୍ଗତ କୋଟା ଛକ କୋଲାବ ନଦୀ ପୋଲ ନିକଟରେ ଘଟିଛି l ମୃତ ବ୍ୟକ୍ତି ଜଣକ ଆନ୍ଧ୍ରପ୍ରଦେଶ ଭିସାକାପାଟଣା ଅଂଚଳ ତାଗୁଡୁପୁୱାଲସା ଗ୍ରାମର ଡି. ସତ୍ୟାନାରାୟଣାଙ୍କ ୨୨ ବର୍ଷୀୟ ପୁଅ ଡି. ପୋଲିବାବୁ ବୋଲି ଜଣାପଡିଛି l

ଖବର ଅନୁଯାୟୀ, ଡି ପୋଲିବାବୁ ନିଜ ସାଥି ବି.ରାବଣାଙ୍କ ସହ ବୁଲିବାକୁ ବୁଲେଟ ଯୋଗେ ଚିତ୍ରକୂଟ ଅଭିମୁଖେ  ଯାଇଥିଲେ l ହେଲେ କୋଟା ଛକ ପୋଲ ମଝିରେ ବିପରୀତ ଦିଗରୁ ଆସୁଥିବା କାର ସହ ବୁଲେଟର ଧକ୍କା ହୋଇଥିଲା l ଘଟଣା ସ୍ଥଳରେ ବାଇକ ଚାଳକ ଛିଟିକି ପଡି ନଦୀତଳକୁ ଖସି ପଡ଼ିଥିଲେ l ଏହି ଅଘଟଣରେ ବାଇକ ଚାଳକ ପୋଲିବାବୁଙ୍କ ମୃତ୍ୟୁ ଘଟିଛି l ସେପଟେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନଦୀରୁ ମୃତଦେହକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ବୈପାରୀଗୁଡା ପୋଲିସ ଘୋଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.