ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା ବାଇକ, ଅଳ୍ପକେ ବର୍ତ୍ତିଲେ ଚାଳକ

Published By : Prameya-News7 Bureau | December 15, 2020 IST

ଫୁଲନଖରା, ୧୫/୧୨: ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଲା ବାଇକ୍ । କଟକ-ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥ ବମ୍ଫକୁଦଠାରେ ଦୁର୍ଘଟଣାରେ ଏକ ବାଇକ୍‌ ସଂପୂର୍ଣ୍ଣ ଭାବେ ଜଳିଯାଇଛି । ତେବେ ବାଇକ୍‌ ଆରେହୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।

ସୂଚନା ଅନୁସାରେ, ସଦର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ପ୍ରୀତିରଂଜନ ମହାନ୍ତି (୩୬) ଭୁବନଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାକିରି କରନ୍ତି । ସେ ସୋମବାର ତାଙ୍କ ପ୍ଲାଟିନା ଗାଡ଼ି (ଓଡ଼ି୦୫ଏଟି୯୩୫୦) ରେ ପ୍ରାୟ ସାଢେ ୭ଟା ବେଳେ ହସ୍ପିଟାଲକୁ ଯାଉଥିଲେ। ଏହି ସମୟରେ ବମ୍ଫକୁଦଠାରେ ଏକ ଗାଈ ତାଙ୍କ ଗାଡ଼ି ଆଗକୁ ପଶି ଆସିବାରୁ ସେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲେ । ଏପରିକି ରାସ୍ତାର ବାମ ପଟକୁ ଛିଟିକି ପଡ଼ିଥିଲେ ।

ଏତିକିବେଳେ ତାଙ୍କ ବାଇକ ଉପରେ ଏକ ଅଜଣା ହାଇୱା ଗାଡ଼ି ଚଢ଼ି ଯାଇଥିଲା । ଏହାପରେ ବାଇକରେ ନିଆଁ ଲାଗିଯାଇଥିଲା । ଫଳରେ ବାଇକଟି ରାସ୍ତା ଉପରେ ହୁହୁ ହୋଇ ଜଳି ଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଖବର ପାଇ ଫୁଲନଖରା ଟ୍ରାଫିକ ଥାନା ଓ ସଦର ଥାନାର ପିସିଆର୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତ ପ୍ରୀତିରଂଜନକୁ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.