ଭାରସାମ୍ୟ ହରାଇ ଡିଭାଡର୍‌ରେ ଧକ୍କା ଦେଲା ବାଇକ୍; ୨ ଗୁରୁତର

Published By : Prameya-News7 Bureau | November 06, 2022 IST

ଭୁବନ ୦୬/୧୧: ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡରରେ ପିଟି ହୋଇ ୨ ଗୁରୁତର। ଜଣଙ୍କୁ  ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ନମ୍ୱର ଜାତୀୟ ରାଜ ପଥ ପାଖରେ ଏହି ଦୁର୍ଘଟଣା ଘଟିଛି। ପ୍ରଦିପ୍ତ ସାହୁ ତାଙ୍କ ଭଣଜା  ସତ୍ୟବିନାୟକ ଖୁଣ୍ଟିଆଙ୍କୁ ଏକ ବାଇକରେ ଭୁବନ ଥାନା ଅନ୍ତର୍ଗତ ବାରୁଆଁ ଗ୍ରାମକୁ ଛାଡିବାକୁ ଯିବାବେଳେ ଏହି ଦୁର୍ଘଟଣା ହୋଇଛି। ତେବେ ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚ  ଉଭୟଙ୍କୁ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ। ତେବେ ପ୍ରଦିପ୍ତ ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ  କଟକ ବଡ଼ ଡାକ୍ତରାଖାନା ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.